www.samajalive.in
Monday, December 8, 2025
27.1 C
Bhubaneswar

ତ୍ୱଚାକୁ ଚମକାଇବ ପଇଡ

କେଶ ଓ ତ୍ୱଚା ପାଇଁ ପଇଡ ପାଣି ଖୁବ ଉପକାରୀ। ଖରାଦିନେ ଲୋକେ ଏହାର ଖୁବ ସେବନ କରିଥାଆନ୍ତି। ଏହାକୁ ପାନୀୟରେ ବ୍ୟବହାର କରିବା ବ୍ୟତୀତ ତ୍ୱଚା ଓ କେଶ ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ। ଦାଗହୀନ ତ୍ୱଚା ଓ ରେଶମୀ କେଶ ପାଇଁ ଏହା ଖୁବ ଉପକାରୀ। କେବଳ ପଇଡ ପାଣି ନୁହେଁ ଏହା ମଧ୍ୟରେ ଥିବା ନାଳି ନଡିଆ ମଧ୍ୟ ଖୁବ ଉପକାରୀ। ଜାଣନ୍ତୁ….
ତ୍ୱଚାର ସୁନ୍ଦରତା ପାଇଁ ଏହା ନିଶ୍ଚୟ ସାମିଲ କରନ୍ତୁ। ଏଥିରେ ଭିଟାମିନ ଏ,ସି, ପ୍ରୋଟିନ,କ୍ୟାଲସିୟମ, ପୋଟାସିୟମ, ମେଗ୍ନେସିୟମ ଭଳି ଅନେକ ତତ୍ତ୍ୱ ରହିଛି। ଏଭଳି କରନ୍ତୁ ଏହାର ବ୍ୟବହାର..
ସକାଳ ସମୟରେ କିମ୍ବା ରାତିରେ ଶୋଇବା ପୂର୍ବରୁ ପଇଡ ପାଣିରେ ତ୍ୱଚାକୁ ଭଲ ଭାବେ ମାଲିସ କରନ୍ତୁ। ଏହାସହ ପଇଡ ଭିତରେ ଥିବା ନାଳି ନଡିଆକୁ ଭଲ ଭାବେ ପେଷି ଦିଅନ୍ତୁ। ଏହାକୁ ତ୍ୱଚାରେ ଲଗାଇ ୧୦ ମିନିଟ ପାଇଁ ରଖି ଦିଅନ୍ତୁ। ପରେ ମୁହଁକୁ ଧୋଇ ଦିଅନ୍ତୁ। ସକାଳେ ଏହାକୁ ମୁହଁରେ ଲଗାଇବା ପୂର୍ବରୁ ପେଷିବା ପରେ କିଛି ସମୟ ଫ୍ରିଜରେ ରଖି ଦିଅନ୍ତୁ। ଏହାପରେ ଏହାକୁ ମୁହଁରେ ଲଗାନ୍ତୁ।
ଏହାକୁ ପେଷି ଏଥିରେ ଅଳ୍ପ ବେସନ ମିଶାନ୍ତୁ। ଏଥିରେ ଗୋଲାପ ଜଳ ମିଶାଇ ମୁହଁରେ ଲଗାନ୍ତୁ। ଏହାକୁ ଲଗାଇ ୨୦ ମିନିଟ ମୁହଁରେ ରଖିବା ପରେ ମୁହଁ ଧୋଇ ଦିଅନ୍ତୁ। ଏହା ତ୍ୱଚା ପାଇଁ ଖୁବ ଉପକାରୀ ହୋଇଥାଏ।
ଏହି ନଡିଆକୁ ପେଷି ବରଫ ଟ୍ରେରେ ରଖି ଦିଅନ୍ତୁ। ବରଫ ଭଳି ହେବା ପରେ ଏହାକୁ ମୁହଁରେ ମାଲିସ କରନ୍ତୁ। ୫ ରୁ ୬ ମିନିଟ ମାଲିସ ପରେ ୧୦ ମିନିଟ ପରେ ମୁହଁ ଧୋଇ ଦିଅନ୍ତୁ।
ଏହି ନଡିଆ ଓ ଓଟସ୍‍କୁ ମିଶାଇ ପେଷି ଦିଅନ୍ତୁ। ସ୍ନାନ ପୂର୍ବରୁ ଏହାକୁ ମୁହଁ ଓ ବେକରେ ୧୫ ମିନିଟ ମାଲିସ କରନ୍ତୁ। ସପ୍ତାହକୁ ୨ଥର ଏହାକୁ ବ୍ୟବହାର କରନ୍ତୁ। ଏହାକୁ ବ୍ୟବହାର କରି ହାତ ଓ ପାଦର କଳାଦାଗ ମଧ୍ୟ ଦୂର କରି ପାରିବେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories