www.samajalive.in
Monday, December 8, 2025
27.1 C
Bhubaneswar

ଲାଲୁଙ୍କ ଶରୀର ନିସ୍ତେଜ; ପାଟନାର ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ କାନ୍ଧ ଓ ଗୋଡ଼ରେ ଆଘାତ ଲାଗିବା କାରଣରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ସେଠାକାର ଡାକ୍ତରଙ୍କ କହିବାନୁଯାୟୀ, ଗୁରୁବାର ସକାଳ ପର୍ଯ୍ୟନ୍ତ ତାଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗରେ କୌଣସି ଚଳପ୍ରଚଳ ଦେଖିବାକୁ ମିଳି ନଥିଲା। କହିବାକୁ ଗଲେ ତାଙ୍କ ଶରୀର ଏକ ପ୍ରକାର ନିସ୍ତେଜ ହୋଇଯାଇଛି। ସମସ୍ୟା ବଢିବାରୁ ଏମ୍ସ ଡାକ୍ତରମାନେ ତାଙ୍କର ବିଭିନ୍ନ ପ୍ରକାର ଯାଞ୍ଚ କରିଛନ୍ତି।

ଅପରପକ୍ଷେ ଲାଲୁ ଯାଦବଙ୍କ ସମର୍ଥକମାନେ ତାଙ୍କ ଆରୋଗ୍ୟ କାମନା କରି ପୂଜା ପାଠ କରୁଛନ୍ତି। ପାଟଣାର ବିଭିନ୍ନ ମନ୍ଦିରରେ ଲାଲୁଙ୍କ ସ୍ୱାସ୍ଥ୍ୟ ପାଇଁ ହୋମ ଯଜ୍ଞ ମଧ୍ୟ କରାଯାଉଛି।

- Advertisement -

ସୂଚନାଯୋଗ୍ୟ, ଲାଲୁ ପ୍ରସାଦ ଯାଦବ ରବିବାର ପାଟନାର ରାବ୍‌ଡ଼ି ଦେବୀଙ୍କ ସରକାରୀ ବାସଭବନରେ ପଡ଼ିଯାଇଥିଲେ। ଫଳରେ ତାଙ୍କ କାନ୍ଧ ହାଡ଼ ଭାଙ୍ଗି ଯାଇଥିଲା। ଶରୀରର ଅନ୍ୟ ଅଙ୍ଗରେ ମଧ୍ୟ ଗୁରୁତର ଆଘାତ ଲାଗିଥିଲା। ସେ ପୂର୍ବରୁ ଅନେକ ରୋଗରେ ପୀଡିତ ଥିଲେ। ସୋମବାର ସକାଳେ ତାଙ୍କ ଅବସ୍ଥା ବିଗିଡ଼ିବାରୁ ତାଙ୍କୁ ପାଟନା ସ୍ଥିତ ଥିବା ପାରସ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସ୍ଥିତିରେ ସୁଧାର ନଆସିବାରୁ ବୁଧବାର ଏୟାର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଦିଲ୍ଲୀ ଅଣାଆଇଥିଲା।

 

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories