www.samajalive.in
Monday, December 8, 2025
27.1 C
Bhubaneswar

ଦେଶରେ ଖୁବ୍‌ଶୀଘ୍ର ଲଞ୍ଚ୍‌ ହେବ ନାଜାଲ୍‌ ଭ୍ୟାକ୍ସିନ; ସାଧାରଣ ଟିକା ତୁଳନାରେ ଅଧିକ ପ୍ରଭାବଶାଳୀ

ନୂଆଦିଲ୍ଲୀ: କରୋନା ବିରୋଧରେ ଲଢିବାକୁ ଦେଶକୁ ଆଉ ଏକ ଅସ୍ତ୍ର ମିଳିବାକୁ ଯାଉଛି। ତାହା ହେଉଛି ନାଜାଲ୍‌ ଭ୍ୟାକ୍ସିନ। ଖୁବଶୀଘ୍ର ଲଞ୍ଚ୍‌ ହେବ ନାଜାଲ ଭ୍ୟାକସିନ। ଭାରତ ବାୟୋଟେକ୍ ଏହି ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଶେଷ କରିଛି। ଅର୍ଥାତ୍ ଏବେ ଏହି ଟିକା ଖୁବଶୀଘ୍ର ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ)ରୁ ସବୁଜ ସଙ୍କେତ ପାଇପାରେ।

ଭରତ ବାୟୋଟେକ୍ କହିବା ମୁତାବକ, କମ୍ପାନୀ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଶେଷ କରିଛି ଏବଂ ଏହାର ତଥ୍ୟ ଆସନ୍ତା ମାସରେ ଡିସିଜିଆଇରେ ଦାଖଲ ହେବ। ଭାରତ ବାୟୋଟେକ୍ ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ଡା. କୃଷ୍ଣା ଏଲା କହିଛନ୍ତି, “ଆମେ କ୍ଲିନିକାଲ୍ ପରୀକ୍ଷଣ ଶେଷ କରିଛୁ। ବର୍ତ୍ତମାନ ତଥ୍ୟ ବିଶ୍ଳେଷଣର କାର୍ଯ୍ୟ ଚାଲିଛି। ଆସନ୍ତା ମାସରେ ଏହାର ତଥ୍ୟ ଡିସିଜିଆଇ ନିକଟରେ ଦାଖଲ ହେବ। ଯଦି ସବୁକିଛି ଠିକ୍ ହୁଏ ତେବେ ଆମେ ଏହି ଟିକା ଲଞ୍ଚ୍‌ କରିବାକୁ ଅନୁମତି ପାଇବୁ। ଏହା ଦୁନିଆର ପ୍ରଥମ ନାଜାଲ୍ ଟିକା ହେବ।’’

- Advertisement -

ସୂଚନାଯୋଗ୍ୟ, ଚଳିତ ବର୍ଷ ଜାନୁଆରୀ ମାସରେ ନାଜାଲ୍ କରୋନା ଭ୍ୟାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଡିସିଜିଆଇ ଭାରତ ବାୟୋଟେକକୁ ଅନୁମତି ଦେଇଥିଲା। କୁହାଯାଉଛି ଯେ ପ୍ରଥମ ଦୁଇଟି ପର୍ଯ୍ୟାୟର ଫଳାଫଳ ଭଲ ହୋଇଛି। ସାଧାରଣ ଟିକା ଅପେକ୍ଷା ନାଜାଲ୍ ଟିକା ଅଧିକ ପ୍ରଭାବଶାଳୀ ବୋଲି ଦାବି କରାଯାଉଛି। ଏହାର କାରଣ ହେଉଛି ଏହି ଟିକା ନାକ ମାଧ୍ୟମରେ ଦିଆଯାଏ। ସାଧାରଣତଃ କରୋନା ଭୂତାଣୁ ନାକ ମାଧ୍ୟମରେ ଲୋକଙ୍କୁ ଆକ୍ରମଣ କରନ୍ତି। ତେଣୁ ଏହି ଟିକାକରଣ ଦ୍ବାରା ନାକରେ ପ୍ରଥମେ ଆଣ୍ଟିବଡି ତିଆରି ହେବ। ଏହାଦ୍ବାରା ଶ୍ୱାସକ୍ରିୟା ମାଧ୍ୟମରେ ଭୂତାଣୁ ଫୁସଫୁସରେ ପହଞ୍ଚିବା କଷ୍ଟକର ହେବ। ନାଜାଲ୍ ଟିକା ନେବା ଦ୍ବାରା ଭୂତାଣୁ ଫୁସଫୁସରେ ପହଞ୍ଚି ପାରିବନାହିଁ ବୋଲି ଦାବି କରାଯାଉଛି।

 

 

 

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories