www.samajalive.in
Monday, December 8, 2025
20.1 C
Bhubaneswar

ଶ୍ୱଶୁରଙ୍କୁ ଠେଙ୍ଗାରେ ପିଟିପିଟି ମାରିଦେଲା ବୋହୂ !

ଆସିକା: ପାରିବାରିକ କଳହ ନେଲା ଜୀବନ । ବୋହୂର ଠେଙ୍ଗାମାଡ଼ରେ ଶ୍ୱଶୁରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏପରି ଏକ ଅଭାବନୀୟ ଘଟଣା ଆସିକା ଥାନା ଅଧିନସ୍ଥ କିଶୋରଚନ୍ଦ୍ରପଲ୍ଲୀ ଗାଁରେ ଘଟିଥିବା ବେଳେ ଘଟଣାସ୍ଥଳରେ ଆସିକା ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ମୁତାବକ କୌଣସି ଏକ କାରଣକୁ ନେଇ ଶ୍ୱଶୁର ଓ ବୋହୁଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସାରେ ବୋହୂ ଜଣକ ନିଜର ହତାହିତ ଜ୍ଞାନ ହରାଇ ନିକଟରେ ଥିବା ଏକ ଠେଙ୍ଗାରେ ଶ୍ୱଶୁରଙ୍କୁ ପିଟିଥିଲେ । ବୋହୂର ଠେଙ୍ଗାମାଡ଼ରେ ଘଟଣାସ୍ଥଳରେ ଶ୍ୱଶୁରଙ୍କ ମୃତ୍ୟୁ ହୋଇଥିଲା । ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ଆସିକା ଥାନା ପୁଲିସ ପହଞ୍ଚି ଶବଟିକୁ ଜବତ କରିବା ସହ ହତ୍ୟାକୁ ନେଇ ଅଧିକ ତଦନ୍ତ ଚଳାଇଛି ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories