www.samajalive.in
Monday, December 8, 2025
17.1 C
Bhubaneswar

ବିମାନ ଉଡ଼ାଣ ବେଳେ ଲାଗିଗଲା ନିଆଁ; ଅଳ୍ପକେ ବର୍ତ୍ତିଲେ ୧୮୫ ଯାତ୍ରୀ

ପାଟଣା: ଉଡ଼ାଣ ଭରିବା ବେ​‌ଳେ ବିମାନରେ ଲାଗିଗଲା ନିଆଁ । ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଆଜି ବିହାରର ପାଟଣା ବିମାନବନ୍ଦରରେ ସ୍ପାଇସ୍‌ ଜେଟ୍‌ ବିମାନରେ ନିଆଁ ଲାଗିଯାଇଛି । ଉଡାଣ ଭରିବା ସମୟରେ ବିମାନଟିରେ ନିଆଁ ଲାଗି ଯାଇଥିବା ବେଳେ ବିମାନରେ ଥିବା ୧୮୫ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୂଚନା ମୁତାବକ ପାଟଣା ବିମାନ ବନ୍ଦରରୁ ୧୮୫ଜଣ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ଆସୁଥିଲା ସ୍ପାଇସ୍‌ ଜେଟ୍‌ ବିମାନ । ବିମାନଟି ଆସିବା ସମୟରେ ହଠାତ୍‌ କିଛି ଯାନ୍ତ୍ରୀକ ତ୍ରୁଟି ଯୋଗୁ ନିଆଁ ଲାଗିଯାଇଥିଲା ।

ନିଆଁ ଲାଗି ଯିବା ଦେଖି ବିମାନ ବନ୍ଦରର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସଙ୍ଗେସଙ୍ଗେ ଯାତ୍ରୀ ମାନଙ୍କୁ ଉଦ୍ଧାର କରାଯିବା ନେଇ ପ୍ରୟାସ କରାଯାଇଥିଲା ।  ଘଟଣାସ୍ଥଳରେ ଉପସ୍ଥିତ ଥିବା ଦମକଳବାହିନୀ ନିଆଁକୁ ଆୟତ୍ତ କରିଥିବା ବେଳେ ଯାତ୍ରୀ ମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ଏନେଇ ବିମାନ ବନ୍ଦରର ଜଣେ ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ସମସ୍ତ ଯାତ୍ରୀ ମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଯାତ୍ରୀ ମାନଙ୍କ କୌଣସି କ୍ଷତି ହୋଇନାହିଁ ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories