www.samajalive.in
Monday, December 8, 2025
27.1 C
Bhubaneswar

ଧାର୍ଯ୍ୟ ସମୟରେ ହୋଇପାରିବନି ସିମ-ଆଧାର ଡି ଲିଙ୍କ

ମୁମ୍ବଇ: ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ଆଧାରରେ ମୋବାଇଲ ନଂରୁ ଆଧାର ନଂ ଡି ଲିଙ୍କ କରିବା ପାଇଁ ଭାରତୀୟ ସ୍ୱତନ୍ତ୍ର ପରିଚୟ ପତ୍ର ପ୍ରାଧିକରଣ (ୟୁଆଇଡିଏଆଇ) ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଅକ୍ଟୋବର ୧୫ ତାରିଖ ସୁଦ୍ଧା ଆଧାର ଭିତ୍ତିକ ସ୍ୱୀକୃତି ପଦ୍ଧତି ଅପସାରଣ ପାଇଁ ଯୋଜନା ଦାଖଲ କରିବାକୁ ୟୁଆଇଡିଏଆଇ ସମସ୍ତ ଟେଲିକମ୍‍ କମ୍ପାନୀଙ୍କୁ ନିର୍ଦେଶ ଦେଇଛନ୍ତି କିନ୍ତୁ ଏହି ସମୟ ସୀମା ମଧ୍ୟରେ ଟେଲକମ୍‍ କମ୍ପାନୀମାନେ ଏହି ଲକ୍ଷ୍ୟ ପୂରଣ କରିପାରିବେ ନାହିଁ ବୋଲି କହିଛନ୍ତି।
ଏ ସମ୍ପର୍କରେ ଟେଲିକମ୍‍ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଆଧାର ଡି ଲିଙ୍କ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଟେଲିକମ୍‍ ମନ୍ତ୍ରାଳୟ ପକ୍ଷରୁ କୌଣସି ନିର୍ଦେଶ ଆସିନାହିଁ। ସିମ୍‍-ଆଧାର ଡି ଲିଙ୍କ ନ ହେଲେ ଅଦାଲତ ଅବମାନନା ଅଭିଯୋଗ ଆସିବାର ଆଶଙ୍କା ଥିବାରୁ ଯେତେଶୀଘ୍ର ସମ୍ଭବ ଟେଲିକମ୍‍ କମ୍ପାନୀମାନେ ଆଧାର ଡିଲିଙ୍କ ଯୋଜନା କାର୍ଯ୍ୟକାରୀ କରିବାକୁ ୟୁଆଇଡିଏଆଇ ଚାପ ସୃଷ୍ଟି କରୁଛି। ଅପରପକ୍ଷରେ ଟେଲିକମ୍‍ କମ୍ପାନୀଙ୍କ ହାର୍ଡଡିସ୍କରେ ରହିଥିବା ଉପଭୋକ୍ତାଙ୍କ ଆଧାର ଭିତ୍ତିକ ତଥ୍ୟ ଡିଲିଟ ହେଲା କି ନାହିଁ ଏବଂ ଡିଲିଟ ହେବା ପରେ ଉପଭୋକ୍ତାଙ୍କ ପରିଚୟ ଓ ଠିକଣା ପୁଣି କେମିତି ସଂଗୃହୀତ ହେବ ତାହାକୁ ନେଇ ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ନିର୍ଦେଶନାମା ଆସିନଥିବାରୁ ଟେଲିକମ୍‍ କମ୍ପାନୀମାନେ ଅଡ଼ୁଆରେ ପଡ଼ିଛନ୍ତି। ଦେଶର ୫୦ କୋଟି ଟେଲିକମ୍‍ ଉପଭୋକ୍ତାଙ୍କ ମଧ୍ୟରୁ ୫୦% ଆଧାର ସହିତ ସିମ୍‍ ସଂଯୋଗ କରିଥିବା ବେଳେ ସେମାନଙ୍କର ସିମ୍‍ରୁ ଆଧାର ଡି ଲିଙ୍କ ଏକ ବିଳମ୍ବିତ ପ୍ରକ୍ରିୟା ବୋଲି ବିଶେଷଜ୍ଞମାନେ କହିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories