www.samajalive.in
Monday, December 8, 2025
27.1 C
Bhubaneswar

ବୌଦ୍ଧ ମୁଖ୍ୟ ଚିିକିତ୍ସାଳୟରେ ଏଣିକି ମିଳିବ ସମସ୍ତ ପ୍ରକାର ଅଲଟ୍ରାସାଉଣ୍ଡ ସୁବିଧା

ବୌଦ୍ଧ : ସରକାର ଆଧୁନିକ ଚିକିତ୍ସା ବ୍ୟବସ୍ଥାରେ ସମସ୍ତ ପ୍ରକାର ଚିକିତ୍ସା ସେବା ସାଧାରଣଲୋକଙ୍କୁ ଯୋଗାଇଦେବା ପାଇଁ ପ୍ରତିଶୃତିବଦ୍ଧ ହୋଇଥିବାବେଳେ ବୌଦ୍ଧବାସୀଙ୍କ ପାଇଁ ଜିଲାପ୍ରଶାସନ ପକ୍ଷରୁ ଏଣିକି ସମସ୍ତ ପ୍ରକାର ଅଲଟ୍ରାସାଉଣ୍ଡ ସୁବିଧା ସଂପୁର୍ଣ୍ଣ ମାଗଣାରେ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି। ଜିଲାର ସାଧାରଣଲୋକ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ ଭଳି ସୁବିଧା ନପାଇ ବାହାର ଜିଲାକୁ ଯିବା ସହିତ ଅଧିକ ଖର୍ଚ୍ଚାନ୍ତ ହୋଇଆସୁଥିଲେ।

ପ୍ରକାଶଥାଉକି ପୂର୍ବରୁ ଚିକିତ୍ସାଳୟରେ ଦୁଇଗୋଟି ଅଲଟ୍ରାସାଉଣ୍ଡ ମେସିନ ଥାଇ ମଧ୍ୟ ବିଶେଷଜ୍ଞ ଡାକ୍ତର ଅଭାବରୁ ତାହା ସବୁ ପ୍ରକାର ରୋଗୀଙ୍କ କାର୍ଯ୍ୟରେ ଲାଗିପାରୁନଥିଲା । ପୂର୍ବରୁ କେବଳ ପ୍ରସୂତୀ ମା’ ମାନେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ ସୁବିଧା ପାଇପାରୁଥିବାବେଳେ ଏଣିକି ସମସ୍ତ ପ୍ରକାର ଅଲଟ୍ରାସାଉଣ୍ଡ ସୁବିଧା ମିଳିପାରିବ ବୋଲି ଜଣାଯାଇଛି । ପ୍ରତ୍ୟେକ ଗୁରୁବାରଦିନ ମୁଖ୍ୟ ଚିକିତ୍ସାଳୟରେ ଏହି ସୁବିଧା ମିଳିପାରିବ ବୋଲି ଜଣାପଡିଛି । ଏଥିପାଇଁ ଜଣେ ରେଡିଓଲୋଜିଷ୍ଟ,ନେଫ୍ରୋଲୋଜିଷ୍ଟ ଓ ଆନାସ୍ଥେସିଆ ବିଶେଷଜ୍ଞ ଡାକ୍ତରଙ୍କୁ ପ୍ରତ୍ୟେକ ଗୁରୁବାର ଦିନ ରୋଗୀଙ୍କୁ ସେବା ଯୋଗାଇଦେବାକୁ ମୁଖ୍ୟ ଚିକିତ୍ସାଳୟରେ ଉପସ୍ଥିତ ରହିବାକୁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଗତ ଗୁରୁବାର ଦିନଠାରୁ ଏହି ସେବା ଯୋଗାଇ ଦିଆଯାଇଥିବାବେଳେ ପ୍ରଥମ ଦିବସରେ ୨୦ ଜଣ ରୋଗୀଙ୍କ ଅଲଟ୍ରାସାଉଣ୍ଡ କରାଯାଇଥିବା ଜଣାଯାଇଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories