www.samajalive.in
Monday, December 8, 2025
20.1 C
Bhubaneswar

ଜେଏସଡବ୍ଳ୍ୟୁ ଭୂଷଣ କାରଖାନାରେ ପୁରସ୍କାର ବିତରଣ ଉତ୍ସବ

ରେଙ୍ଗାଲି: ଜେଏସଡବ୍ଳ୍ୟୁ-ଭୂଷଣ କାରଖାନା ପକ୍ଷରୁ ଆୟୋଜିତ ହୋଇଥିବା ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପରିବେଶ ସୁରକ୍ଷା ସଂକ୍ରାନ୍ତରେ ସଚେତନତା ସୃଷ୍ଟି ପାଇଁ ଚିତ୍ରାଙ୍କନ, ପ୍ରବନ୍ଧ, ସ୍ଳୋଗାନ୍‍, ବୃକ୍ଷରୋପଣ, ବୃକ୍ଷ ଚିହ୍ନଟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ଉକ୍ତ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଛି।

ପ୍ରତିଯୋଗିତାରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଏହି ଉତ୍ସବରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବରିଷ୍ଠ ବୈଜ୍ଞାନିକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ କମ୍ପାନୀର ସିଇଓ ଉମେଶ ରାଏ, ପ୍ରଶାସନିକ ମୁଖ୍ୟ କେ. ବି ସିଂହ, ପରିବେଶ ବିଭାଗର ମହାପ୍ରବନ୍ଧକ ରଞ୍ଜିତ ଘୋଷ, ଡିଜିଏମ୍‍ ଆକୁଳ ସେନାପତି, ଉଦ୍ୟାନ ବିଭାଗର ମହାପ୍ରବନ୍ଧକ ଶାମକାନ୍ତ ଗାଇଧନେ ମଞ୍ଚାସୀନ ଥିଲେ। ପରିବେଶ ସୁରକ୍ଷା ଏବଂ ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ କମ୍ପାନୀ ପକ୍ଷରୁ ସର୍ବାଧିକ ଗୁରୁତ୍ୱ ଦିଆଯାଇ ବୃକ୍ଷରୋପଣ ପ୍ରତି ପ୍ରଧାନ୍ୟ ଦେଇ ସବୁଜ ବଳୟ ପ୍ରତିଷ୍ଠା କରାଯିବ ବୋଲି କମ୍ପାନୀର ସିିଇଓ ଶ୍ରୀ ରାଏ କହିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories