www.samajalive.in
Monday, December 8, 2025
17.1 C
Bhubaneswar

ରହସ୍ୟ ଘେରରେ କେକେଙ୍କ ମୃତ୍ୟୁ; ଭାଇରାଲ ହେଉଛି ଭିଡିଓ

କୋଲକାତା: ବଲିଉଡ୍‌ର ଲୋକପ୍ରିୟ ଗାୟକ କେକେଙ୍କର ପରଲୋକ ହୋଇଛି । କୋଲକାତା ଗୁରୁଦାସ କଲେଜ୍‌ର ନାଜରୁଲା ମଞ୍ଚରେ ସେ ସଙ୍ଗୀତ ପରିବେଷଣ କରୁଥିବା ବେଳେ ହଠାତ ଅସୁସ୍ଥ ହେବା ସହ ତାଙ୍କର ନିଧନ ହୋଇଛି । ହେଲେ ୫୩ ବର୍ଷିୟ କେକେଙ୍କ ମୃତ୍ୟୁ ପୂର୍ବର କିଛି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଭିଡିଓରେ ଦେଖିବାକୁ ମିଳିଛି ପ୍ରବଳ ଗରମ ହେବା କାରଣରୁ କେକେ ଏକ ଛୋଟ ଟାଓ୍ୱାଲରେ ନିଜର ମୁହଁ ପୋଛୁଛନ୍ତି । ପରେ ଏକ ପାଣି ବଟଲ ନେଇ ପିଉଛନ୍ତି । ଆଉ ପରେ ପରେ ତାଙ୍କର ଦେହ ଅସୁସ୍ଥ ହୋଇଥିବା ଜଣାପଡ଼ିଛି । ଖାଲିସେତିକି ନୁହେଁ ନାଜରୁଲା ମଞ୍ଚରେ ବହୁ ସଂଖ୍ୟକ ଦର୍ଶକ ଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳୁଛି । ସେପଟେ କେ.କେଙ୍କ ମୃତ୍ୟୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । କାହିଁକି ନାଁ କେ.କେଙ୍କ ମୁଣ୍ଡ ଓ ଓଠରେ ଆଘାତ ଲାଗିଥିବା ପୁଲିସ ସୂଚନା ଦେଇଛି । ଯାହାକି ଏହା ଏକ ହତ୍ୟାକଣ୍ଡ ନା ନିଜେ କେକେ ତଳେ ପଡ଼ିଯାଇଛନ୍ତି । ତାହାକୁ ନେଇ ପୁଲିସ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି ।

- Advertisement -

ହେଲେ ଏଠି ପ୍ରଶ୍ନ ଉଠୁଛି ନାଜରୁଲା ମଞ୍ଚ ଗୋଟିଏ ଖୋଲା ଅଡିଟରିୟମ ହୋଇନଥିଲେ ମଧ୍ୟ ଏତେ ସଂଖ୍ୟକ ଦର୍ଶକଙ୍କୁ କାହିଁକି ଅନୁମତି ଦେଇଥିଲେ କର୍ତ୍ତୃପକ୍ଷ ? କୋଲକାତାରେ ପ୍ରବଳ ଗରମ ଅନୁଭୂତ ହେଉଥିଲେ ହେଁ ମଞ୍ଚରେ ଏସିର ବ୍ୟବସ୍ଥା କାହିଁକି ହୋଇନଥିଲା ? କିମ୍ବା ବାୟୁ ଚଳାଚଳ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କାହିଁକି କରିନଥିଲେ ଆୟୋଜକ ? ବର୍ତ୍ତମାନ ଏହି ଭିଡିଓକୁ ନେଇ ସାଧାରଣ ଜନତା ସୋସିଆଲ ମିଡିଆରେ ଏପରି ଅ​‌ନେକ ପ୍ରଶ୍ନ କରୁଥିବା ଦେଖିବାକୁ  ମିଳିଛି ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories