www.samajalive.in
Monday, December 8, 2025
27.1 C
Bhubaneswar

ଏକ ତରଫା ପ୍ରେମ; ନାବାଳିକାକୁ ଛୁରୀରେ ୧୪ ଥର ଆକ୍ରମଣ କଲା ଯୁବକ

ତାମିଲନାଡୁ : ଏକ ତରଫା ପ୍ରେମର କରୁଣ ପରିଣତି । ତାମିଲନାଡୁର ତ୍ରିଚିରେ ଜଣେ ୧୬ ବର୍ଷର ନାବାଳିକାକୁ ୨୨ ବର୍ଷର ଜଣେ ଯୁବକ ଲଗାତାର ୧୪ ଥର ଛୁରୀରେ ଆକ୍ରମଣ କରିଛିି । ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ଜଣକ ଏକାଦଶରେ ପଢୁଥିବା ଏହି ନାବାଳିକାଙ୍କୁ ଏକ ତରଫା ପ୍ରେମ କରୁଥିଲା । ମାତ୍ର ସେ ଏଥିରେ ରାଜି ନ ହେବାରୁ ଯୁବକ ଜଣକ ଏଭଳି ମରଣାନ୍ତକ ଆକ୍ରମଣ କରିଛି ।
ସୂଚନାନୁଯାୟୀ, ଅଭିଯୁକ୍ତ ଜଣକ କିଛି ଦିନ ପୂର୍ବରୁ ଉକ୍ତ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ଜେଲ ଯାଇ ମୁକୁଳି ଥିଲେ । ଜେଲରୁ ବାହାରିବା ପରେ ପୁଣି ନାବାଳିକାଙ୍କୁ ପିଛା କରିବା ସହ ହଇରାଣ କରୁଥିଲେ । ନାବାଳିକା ଜଣକ ତ୍ରିଚିର ଆଥିକୁଲମର ବାସିନ୍ଦା । ପରୀକ୍ଷା ଶେଷ ହେବା ପରେ ସେ ନିଜ ପରିଜନଙ୍କ ଘରକୁ ଯାଉଥିଲେ । ସେହି ସମୟରେ ଅଭିଯୁକ୍ତ ତାଙ୍କୁ ଏକ ରେଲୱେ ଓଭରବ୍ରିଜ୍ ନିକଟରେ ଅଟକାଇ ପୁଣି କିଛି କହିବା ସହ ନାବାଳିକା ଅରାଜି ହେବାରୁ ଛୁରୀରେ ବାରମ୍ବାର ଆକ୍ରମଣ କରିଥିଲେ । ସେହି ସମୟରେ ତାଙ୍କର ଚିତ୍କାର ଶୁଣି ରାସ୍ତାରେ ଯାଉଥିବା ବ୍ୟକ୍ତି ମାନେ ସେଠାରେ ପହଞ୍ଚିବାରୁ ଅଭିଯୁକ୍ତ ଛୁରୀ ପକାଇ ଫେରାର ହୋଇଯାଇଥିଲା । ସ୍ଥାନୀୟଲୋକେ ନାବାଳିକାକୁ ହସ୍ପିଟାଲ ନେଇଥିଲେ । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଥିବା ବେଳେ ଅବସ୍ଥା ଗୁରୁତର ରହିଛି ବୋଲି ଜଣାପଡିଛି ।
ପୁଲିସର ସୂଚନାନୁସାରେ, ଅଭିଯୁକ୍ତ ଜଣକ ତ୍ରିଚିର ପୋଥମେଟୁପଟିର ବାସିନ୍ଦା। ଅଭିଯୁକ୍ତ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତକୁ ଖୋଜାଖୋଜି ଆରମ୍ଭ ସହ ଏଥିପାଇଁ ତିନୋଟି ଦଳ ଗଠନ କରାଯାଇଛି।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories