www.samajalive.in
Monday, December 8, 2025
20.1 C
Bhubaneswar

ଯୌନକର୍ମୀଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ମନା : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଦେହ ବ୍ୟବସାୟ ଏକ ଆଇନାନୁ​ମୋଦିତ ପେସା; ତେଣୁ ଯୌନକର୍ମୀଙ୍କ କାର୍ଯ୍ୟରେ ପୁଲିସ ହସ୍ତକ୍ଷେପ କରିପାରିବ ନାହିଁ କିମ୍ବା ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବପାରିବ ନାହିଁ। ଯୌନକର୍ମୀଙ୍କୁ ଆଇନଗତ ସୁରକ୍ଷା ସହ ଉପଯୁକ୍ତ ସମ୍ମାନ ପ୍ରଦାନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ଦିଲ୍ଲୀ ପୁଲିସକୁ କହିଛନ୍ତି। ବିଚାରପତି ଏଲ୍‌. ନାଗେଶ୍ବରା ରାଓଙ୍କ ନେତୃତ୍ବାଧୀନ ତିନିଜଣିଆ ପୀଠ ଏକ ମାମଲାରେ ଯୌନକର୍ମୀଙ୍କ ଅଧିକାରର ସୁରକ୍ଷା ସମ୍ପର୍କିତ ଏକ ୬ଦଫା ନିର୍ଦେଶାବଳୀ ଜାରି କରହିଛନ୍ତି। ଯୌନକର୍ମୀଙ୍କ ପ୍ରତି ପୁଲିସ ବ୍ୟବହାର ସ୍ବାଭାବିକ ଭାବେ ରୁକ୍ଷ ଓ ହିଂସାତ୍ମକ ହୋଇଥିବା ଦର୍ଶାଇ ପୀଠ କହିଛନ୍ତି ଯେ ଆଇନାନୁସାରେ ସେମାନେ ସମାନ ସୁରକ୍ଷା ବ୍ୟବସ୍ଥା ପାଇବାକୁ ହକ୍‌ଦାର। ଯୌନକର୍ମୀ ଯଦି ପ୍ରାପ୍ତ ବୟସ୍କା ଓ ଇଚ୍ଛାକୃତ ଭାବେ ପେସାରେ ସାମିଲ; ତେବେ ପୁଲିସ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ନାହିଁ। ଅପରାଧିକ ଆଇନ ସମସ୍ତଙ୍କ କ୍ଷେତ୍ରରେ ସମାନ କାର୍ଯ୍ୟକାରୀ ହେବା ଉଚିତ। ଯୌନକର୍ମୀଙ୍କୁ ଗିରଫ କିମ୍ବା ଦଣ୍ଡବିଧାନ କରାଯାଇପାରିବ ନାହିଁ। ବେଶ୍ୟାଳୟରେ ଚଢ଼ଉ କରି ପୁଲିସ ସେମାନଙ୍କୁ ଶୋଷଣ ମଧ୍ୟ କରିପାରିବ ନାହିଁ। କେବଳ ବେଶ୍ୟାଳୟ ଆଇନାନୁମୋଦିତ କି ନୁହେଁ ତାହା ଯାଞ୍ଚ କରାଯାଇପାରିବ। ଏତଦ୍‌ ବ୍ୟତୀତ ଯୌନ ବ୍ୟବସାୟରେ ଲିପ୍ତ ଥିବା ଅଭିଯୋଗରେ ଯୌନକର୍ମୀଙ୍କଠାରୁ ତାଙ୍କ ସନ୍ତାନଙ୍କୁ ଅଲଗା କରାଯାଇପାରିବ ନାହିଁ। ବେଶ୍ୟାଳୟରେ କୌଣସି ନାବାଳିକା ଅବସ୍ଥାନ କରୁଥିଲେ ତାଙ୍କ ବିରୋଧରେ ଏହି ପେସାରେ ସମ୍ପୃକ୍ତି କିମ୍ବା ତାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ଅଣାଯାଇପାରିବ ନାହିଁ। ଯୌନକର୍ମୀଙ୍କ ବିରୋଧରେ ଆଗତ କୌଣସି ଅପରାଧିକ ମାମଲା ଯଦି ପେସାଗତ ନ ହୋଇଥିବ; ତେବେ ପୁଲିସ ସେମାନଙ୍କ ପ୍ରତି ବାଛବିଚାର କରିପାରିବ ନାହିଁ; ବରଂ ସେମାନଙ୍କୁ ଚିକିତ୍ସା ଓ ଆଇନଗତ ସହାୟତା ବ୍ୟବସ୍ଥା କରିବ। ଚଢ଼ଉବେଳେ ଉଦ୍ଧାର ଯୌନକର୍ମୀଙ୍କୁ ପୁଲିସ ଅନ୍ତତଃ ଦୁଇ ତିନିବର୍ଷ ପାଇଁ ସୁଧାର ଗୃହକୁ ପଠାଇବା ଉଚିତ। ପୁନଶ୍ଚ ଗଣମାଧ୍ୟମ ଯୌନକର୍ମୀଙ୍କ ପରିଚୟ ଯେମିତି ପ୍ରଘଟ ନ ହୁଏ ସେଥିପ୍ରତି ଯତ୍ନଶୀଳ ରହିବାକୁ ପୀଠ ପରାମର୍ଶ ଦେଇଛନ୍ତି। ଏହି ପ୍ରସଙ୍ଗରେ ପୀଠ କେନ୍ଦ୍ର ସରକାରଙ୍କଠାରୁ ଜୁଲାଇ ୨୭ ସୁଦ୍ଧା ଜବାବ ଲୋଡ଼ିଛନ୍ତି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories