www.samajalive.in
Monday, December 8, 2025
27.1 C
Bhubaneswar

ଅନେକ ସମସ୍ୟାର ସରଳ ସମାଧାନ ଝାଡୁ

ବାସ୍ତୁ ଶାସ୍ତ୍ରରେ ଝାଡୁ ସହ ଜଡିତ କେତେକ ନିୟମ ରହିଛି। ଏହାକୁ ପାଳନ କରିବା ଦ୍ୱାରା ଜୀବନରେ ଅନେକ ବାଧାବିଘ୍ନ ଦୂର ହେବା ସହ ସୌଭାଗ୍ୟ ପ୍ରାପ୍ତି ଓ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ। ମାତ୍ର ଏହି ନିୟମର ସଠିକ ପାଳନ ନକରିବା ଦ୍ୱାରା ମା’ଲକ୍ଷ୍ମୀ କ୍ରୋଧ କରିଥାଆନ୍ତି। ଧନହାନୀ ହେବା ସହ ବିିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। ଜାଣନ୍ତୁ…….
କଦାପି ଭାଙ୍ଗି ଯାଇଥିବା ଝାଡୁର ବ୍ୟବହାର କରନ୍ତୁ ନାହିଁ। ଏହାଦ୍ୱାରା ଅଯଥାରେ ଟଙ୍କା ପଇସା ଖର୍ଚ୍ଚ ହୋଇଥାଏ।
ନୂଆ ଝାଡୁ ସର୍ବଦା ମାସର କୃଷ୍ଣପକ୍ଷରେ ହିଁ କିଣନ୍ତୁ। ଏହାଦ୍ୱାରା ଶୁଭଫଳ ମିଳିଥାଏ। ଶୁକ୍ଳପକ୍ଷରେ କିଣନ୍ତୁ ନାହିଁ।
କୃଷ୍ଣପକ୍ଷର ଶନିବାର ଦିନ ଝାଡୁ କିଣିବା ଶୁଭ। ଏହାଦ୍ୱାରା ସୁଖସମୃଦ୍ଧି ବୃଦ୍ଧି ପାଇଥାଏ।
ଘରେ ଝାଡୁ ସର୍ବଦା ଦକ୍ଷିଣ କିମ୍ବା ଦକ୍ଷିଣ-ପଶ୍ଚିମ ଦିଗରେ ରଖନ୍ତୁ। ଏହାକୁ ଐଶାନ୍ୟ କୋଣ କିମ୍ବା ଉତ୍ତର-ପୂର୍ବ ଦିଗରେ ରଖନ୍ତୁ ନାହିଁ। ଏହାଦ୍ୱାରା ଘରକୁ ଧନଆଗମନ ହେବାରେ ସମସ୍ୟା ହୋଇଥାଏ।
ରୋଷେଇ ଘରେ କିମ୍ବା ଆଲମିରା ନିକଟରେ ଝାଡୁ ରଖିବା ଦ୍ୱାରା ଧନହାନୀ ହୋଇଥାଏ। ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିଥାଏ।
ସୂର୍ଯ୍ୟାସ୍ତ ପରେ ଘର ଝାଡୁ କରନ୍ତୁ ନାହିଁ। ଏହାଦ୍ୱାରା ମା’ଲକ୍ଷ୍ମୀ କ୍ରୋଧ କରିଥାଆନ୍ତି। ସୂର୍ଯ୍ୟାଦୟ ପରେ ଓ ସୂର୍ଯ୍ୟାସ୍ତ ପୂର୍ବରୁ ଝାଡୁ କରନ୍ତୁ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories