www.samajalive.in
Monday, December 8, 2025
27.1 C
Bhubaneswar

ମାନବିକତା ଦେଖାଇଲେ କାରଖାନା କର୍ମଚାରୀ

ବଡ଼ମାଲ : ଜଣେ ମହିଳା ଟିଟିଲାଗଡ଼ରୁ ବଡମାଲ ପଟକୁ ଯାଉଥିବା ବେଳେ ରାସ୍ତାରେ ତାଙ୍କର ଭେନେଟି ବ୍ୟାଗ ବାଟରେ ପଡିଯାଇଥିଲା। ସେହିବାଟ ଦେଇ ଗୋଲବାରୁଦ୍ କାରଖାନାର କର୍ମଚାରୀ ଟଙ୍କଧର ମାଝୀ ଆସୁଥିବା ବେଳେ ବ୍ୟାଗଟିକୁ ଦେଖିବାକୁ ପାଇଥିଲେ । ବ୍ୟାଗଟି ପାଇବା ପରେ କର୍ମଚାରୀ ଜଣକ ଖୋଜାଖୋଜି କରିଥିଲେ କାହାର ବ୍ୟାଗ ବୋଲି। କିନ୍ତୁ କାହାରିକୁ ନପାଇ କର୍ମଚାରୀ ଜଣକ ବ୍ୟାଗ ଧରି ନିଜ କର୍ମକ୍ଷେତ୍ରକୁ ଯାଇଥିଲେ।
ଠିକ ସମୟରେ ଖବର ପାଇ ମାନବିକତା ଦେଖାଇ କର୍ମଚାରୀ ଜଣକ ମହିଳାଙ୍କୁ ତାଙ୍କ ସୁନା ଗହଣା ଭରା ବ୍ୟାଗ ଫେରସ୍ତ କରିଛନ୍ତି। ସୂଚନା ଅନୁସାରେ ମହିଳା ଜଣକ ତାଙ୍କ ସ୍କୁଟିରେ ତାଙ୍କ ଝିଅସହ ସଇଁତଲା ସ୍ଥିତ ଚିତାମାରା ଗାଁରୁତାଙ୍କ ସମ୍ପର୍କୀୟ ଘରକୁ ଯାଉଥିଲେ। ଟିଟିଲାଗଡ଼ ବଡମାଲ ସ୍ଥିତ ମଝି ରାସ୍ତାରେ ତାଙ୍କ ଭ୍ୟାନିଟି ବ୍ୟାଗ ଖସିପଡିଥିଲା । ସେ ଜାଣିପାରିନଥିଲେ ସେ କିଛି ବାଟ ଗଲାପରେ ବ୍ୟଗ ନ ପାଇବାରୁ ପୁଣି ଫେରିଆସିଥିଲ ଓ ଫପସି ବଡମାଲର ଭିଆଇପି ଛକ ଠାରେ ଲୋକଙ୍କୁ ପଚରା ଉଚରା କରି କାନ୍ଦୁଥିଲେ। ମହିଳା ଜଣଙ୍କ ସ୍ଥାନୀୟ ଲୋକଙ୍କୁ କହିଥିଲେ ତାଙ୍କ ଭେଣ୍ଟିବ୍ୟଗରେ ଢେଡ ଭରି ସୁନା ଆଉ ଚାରିଶହ ଟଙ୍କା ଥିଲା। ଏହାପରେ ବଡମାଲ କର୍ମଚାରୀ ଟଙ୍କଧର ମାଝୀ ଖବର ପାଇ ପହଞ୍ଚି ମହିଳା ଜଣଙ୍କୁ ତାଙ୍କର ସୁନା ଗହଣା ବ୍ୟାଗ ଦେଇଥିଲେ। ଏ ଖବର ଜାଣିବା ପରେ ଟଙ୍କଧର ମାଝୀଙ୍କ ଏହି ମହାନତା କାର୍ୟ୍ୟ ପାଇଁ ସମସ୍ତ ମହଲରୁ ପ୍ରଶଂସା ମିଳିଥିଲା।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories