www.samajalive.in
Monday, December 8, 2025
20.1 C
Bhubaneswar

ବିଶ୍ବ ମହିଳା ବକ୍ସିଂ ଚମ୍ପିଆନସିପ୍‌ : ସ୍ବର୍ଣ୍ଣ ପଦକ ଜିତିଲେ ନିଖତ

ନୂଆଦିଲ୍ଲୀ : ୪ ବର୍ଷ ପରେ ଜଣେ ଭାରତୀୟ ପୁଣି ଥରେ ବିଶ୍ବ ମହିଳା ବକ୍ସିଂ (ମୁଷ୍ଟିଯୁଦ୍ଧ) ଚମ୍ପିଆନସିପ୍‌ରେ ସ୍ବର୍ଣ୍ଣପଦକ ଜିତିଛନ୍ତି। ଇସ୍ତାନବୁଲରେ ଚାଲିଥିବା ବିଶ୍ବ ମହିଳା ବକ୍ସିଂ ଚମ୍ପିଆନସିପରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ମହିଳା ମୁଷ୍ଟିଯୋଦ୍ଧା ନିଖତ ଜରିନ୍‌। ଗୁରୁବାର ୫୨ କିଗ୍ରା ବର୍ଗ ଫାଇନାଲରେ ନିଖତ ୫-୦ ନିଷ୍ପତ୍ତିରେ ଥାଇଲାଣ୍ଡର ଜିଟପଙ୍ଗ ଜୁଟାମାସ୍‌ଙ୍କୁ ସହଜରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି। ତେଲେଙ୍ଗାନାର ପୂର୍ବତନ କନିଷ୍ଠ ଚମ୍ପିଆନ ଜରିନ ୫ମ ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ଭାବେ ବିଶ୍ବ ବକ୍ସିଂ ଚମ୍ପିଆନସିପ୍‌ରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ପୂର୍ବରୁ ୬ଥର ବିଶ୍ବ ଚମ୍ପିଆନ ମ୍ୟାରୀ କମ୍‌ ୨୦୦୨, ୨୦୦୫, ୨୦୦୬, ୨୦୦୮, ୨୦୧୦ ଓ ୨୦୧୮ରେ ସରିତା ଦେବୀ ୨୦୦୬, ଜେନି ଆର୍‌.ଏଲ୍‌. ୨୦୦୬ରେ ଓ ଲେଖା କେ.ସି. ୨୦୦୬ରେ ମହିଳା ବକ୍ସିଂ ବିଶ୍ବ ଚମ୍ପିଆନ ହୋଇଥିଲେ। ପୂର୍ବରୁ ମନୀଷା ମୌନ ୫୭ କିଗ୍ରା ଓ ପରୱିନ ହୁଡା ୬୩ କିଗ୍ରା ବର୍ଗରେ କାଂସ୍ୟ ପଦକ ବିଜୟୀ ହୋଇଥିଲେ। ପ୍ରତିଯୋଗିତାରେ ୧୨ ଜଣିଆ ଭାରତୀୟ ଦଳ ଅଂଶଗ୍ରହଣ କରିଛନ୍ତି। ଶେଷଥର ୨୦୧୮ରେ ମ୍ୟାରୀ କମ୍‌ ୪୮ କିଗ୍ରା ବର୍ଗରେ ବିଶ୍ବ ମହିଳା ବକ୍ସିଂ ଚମ୍ପିଆନସିପ୍‌ରେ ଚମ୍ପିଆନ ହୋଇଥିଲେ।

ନିଖତଙ୍କ ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories