www.samajalive.in
Monday, December 8, 2025
27.1 C
Bhubaneswar

ଆରମ୍ଭ ହେଲା ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ, ମନ ଜିଣିଲା ଆସାମର ବିହୁ ନୃତ୍ୟ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧୀନସ୍ଥ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ତଥା ପ୍ରଶିକ୍ଷଣ ପ୍ରତିଷ୍ଠାନ ତରଫରୁ ଏକାଦଶ ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ ଆଜିଠାରୁ ତିନିଦିନ ଧରି ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହେଉଛି। ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରାଳୟ ସହାୟତାରେ ଏହି ନୃତ୍ୟ ମହୋତ୍ସବ ଆଜି ସନ୍ଧ୍ୟରେ ଓଡ଼ିଶାର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି।
ଉଦ୍‌ଘାଟନୀ ଉତ୍ସବରେ ଉଦ୍‌ବୋଧନ ଦେଇ ମନ୍ତ୍ରୀ ଶ୍ରୀ ସାରକା ବିଭିନ୍ନ ଜନଜାତିଙ୍କ ମଧ୍ୟରେ ଥିବା ପ୍ରଦର୍ଶନ କଳାର ଏକତ୍ର ପରିବେଷଣରେ କଳାଗ୍ରହୀତାମାନଙ୍କ ଭିତରେ କୌଶଳଗୁଡ଼ିକର ଭାବଗତ ତଥା ମୁଦ୍ରାଗତ ବିନିମୟ ହୋଇଥିବାର ସୂଚନା ଦେଇଥିଲେ। ଓଡ଼ିଶା ରାଜ୍ୟର ୬୨ ଜନଜାତିଙ୍କ ମଧ୍ୟରେ ବହୁବିଧ ନୃତ୍ୟ ସମ୍ଭାର ରହିଛି ଏବଂ ମହାଭାରତୀୟ ଜନଜାତିଙ୍କ ନୃତ୍ୟ ସମ୍ଭାରର ଉତ୍କର୍ଷ ଦେଶବିଦେଶରେ ଖ୍ୟାତି ଲାଭ କରିଛି । ଏସବୁ ଗୋଟିଏ ମଞ୍ଚରେ ପରିବେଷିତ ହେବା ଦ୍ୱାରା ପ୍ରତ୍ୟେକ ପ୍ରତ୍ୟେକଙ୍କର ଶୈଳୀ, ମୁଦ୍ରା ସହ ପରିଚିତ ହେଉଛନ୍ତି ଏବଂ ପରସ୍ପର ମଧ୍ୟରେ ଭାବଗତ ଆଦାନପ୍ରଦାନ ବାଣ୍ଟୁଛନ୍ତି। ରାୟଗଡ଼ାର ବିଧାୟକ ମକରନ୍ଦ ମୁଦୁଲି ଜନଜାତିଙ୍କ ସମୃଦ୍ଧ ନୃତ୍ୟପରମ୍ପରା ନେଇ ତାଙ୍କର ବକ୍ତବ୍ୟ ରଖିଥିଲେ।
ଏହି ଅବସରରେ ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରାଳୟର ଯୁଗ୍ମ ସଚିବ ଡ. ନୱଲଜିତ୍‌ କପୁର ଭାରତୀୟ ଜନଜାତି ନୃତ୍ୟକଳାର ବିବିଧତା ଏବଂ ମୌଳିକତା ଉପରେ ଅଲୋକପାତ କରିବା ସହ ଜନଜାତି ଲୋକପରମ୍ପରାର ସଂରକ୍ଷଣ ଓ ପରିପ୍ରସାର କରାଇବାର ଉଦ୍ଦେଶ୍ୟ ସୂଚାଇଥିଲେ । ଓଡ଼ିଶାର ଆଦିବାସୀ ଗବେଷଣା ସଂସ୍ଥାନ ଦେଶର ସର୍ବଶ୍ରେଷ୍ଠ ଓ ଏହା ଅନ୍ୟ ଗବେଷଣା ସଂସ୍ଥାନକୁ ମାର୍ଗଦର୍ଶନ ଦେବ ବୋଲି ସେ କହିଥିଲେ।

ଏହି ଅବସରରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ରଂଜନା ଚୋପ୍ରା ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ ଆୟୋଜନରେ ଓଡ଼ିଶାର ଅଗ୍ରଣୀ ଭୂମିକା ରହିଥିବା ପ୍ରକାଶ କରିବା ସହ ସାଂସ୍କୃତିକ ସମନ୍ୱୟ ସ୍ଥାପନାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।
ଏସ୍‌ସିଏସ୍‌ଟିଆର୍‌ଟିଆଇର ଉପଦେଷ୍ଟା ତଥା ନିର୍ଦ୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ ଏସ୍‌ସିଆର୍‌ଟିଆଇ ଏହି ଉତ୍ସବକୁ ଏକ ପରମ୍ପରା ହିସାବରେ ପାଳନ କରିବାର ବିଧିବଦ୍ଧ ପ୍ରୟାସ ଜାରି ରଖିଛି ଏବଂ ଏ ପରମ୍ପରାକୁ ଓଡ଼ିଶାବାସୀଙ୍କ ପୂର୍ବାଗ୍ରହ ପୂର୍ତ୍ତି କରିବା ସହ ସାରା ଭାରତର ଜନଜାତିଙ୍କ ପ୍ରତିଛବି ଭୁବନେଶ୍ୱରବାସୀଙ୍କୁ ଦେଖାଇବା ଗୌରବର ବିଷୟ ହୋଇ ରହିଥିବା ସେ ସୂଚନା ଦେଇଥିଲେ । ଉଦ୍‌ଘାଟନୀ ଉତ୍ସବରେ ବିଭାଗୀୟ ନିର୍ଦ୍ଦେଶିକା ଗୁହା ପୁନମ ତାପସ କୁମାର ଧନ୍ୟବାଦ ଅର୍ପଣ କରିଥିଲେ। ‘କୋଲି’ ଓ ‘କୋରୁଆ’ ଜନଜାତିଙ୍କ ପରିଚିତି ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା।
ଆଜି ସନ୍ଧ୍ୟାରେ ଓଡ଼ିଶାର କୋୟା ଓ ଧୁରୁଆମାନଙ୍କ ୱିଜାପାଣ୍ଡୁମ୍‌ ଏବଂ ବିର୍‌ଲି ନୃତ୍ୟ ସହ ଆସାମର ବିହୁ ନୃତ୍ୟ, ଗୁଜୁରାଟର ଡାଙ୍ଗି ନୃତ୍ୟ, ମଣିପୁରର ବି. ମେଟିଙ୍ଗ୍‌ ନୃତ୍ୟ, ହିମାଚଳ ଡାନ୍‌ଡାରାସ୍‌ ନୃତ୍ୟ, ଝାରଖଣ୍ଡର କୁଆରୀ ଲହସୁୱା ନୃତ୍ୟ, ଅନ୍ଧ୍ରପ୍ରଦେଶର ମୟୂର ନୃତ୍ୟ, ସିକିମ୍‌ର ଡେନ୍‌ଜୋଙ୍ଗ୍‌ ନେୟ ନୃତ୍ୟ ତଥା ମିଜୋରାମର ସାର୍‌ଲାମକାଇ ନୃତ୍ୟ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇବାରେ ବେଶ ହୋଇଥିଲା।

Hot this week

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

Related Articles

Popular Categories