www.samajalive.in
Monday, December 8, 2025
17.1 C
Bhubaneswar

ଆଜି ସ୍ପଷ୍ଟ ହେବ ବାତ୍ୟା ଚିତ୍ର

ଭୁବନେଶ୍ୱର : ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଲଘୁଚାପ କ୍ଷେତ୍ର ସୃଷ୍ଟି ପରେ ଆଜି ବାତ୍ୟା ଚିତ୍ର ସ୍ପଷ୍ଟ ହେବ। ଦକ୍ଷିଣ ଆଣ୍ଡାମାନ ସାଗର ଓ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ସାରିଛି। କ୍ରମେ ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେବ। ଅବପାତ କ୍ଷେତ୍ର ସୃଷ୍ଟି ପରେ ଆଜି ବାତ୍ୟାର ଚିତ୍ର ସ୍ପଷ୍ଟ ହେବ। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି। ସକାଳ ସମୟରେ ଟ୍ୱିନ ସିଟି ସହ ଅନେକ ସ୍ଥାନରେ ବର୍ଷା ପବନ ହୋଇଥିବା ବେଳେ ବର୍ତ୍ତମାନ ମଧ୍ୟ ଅଳ୍ପ ପବନ ସହ ପାଗ ମେଘୁଆ ରହିଛି।
ତେବେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି ।ରାଜ୍ୟର ୧୮ଟି ଜିଲାର ଜିଲାପାଳଙ୍କ ସହ ଆଲୋଚନା କରାଯାଇଛି। ଅଗ୍ନିଶମ ଓ ଓଡ୍ରାଫ ବିଭାଗ ସହ ମଧ୍ୟ ଆଲୋଚନା ହୋଇଛି। ୧୭ ଏନଡିଆରଏଫ, ୨୦ ଓଡ୍ରାଫ, ୧୭୫ ଅଗ୍ନିଶମ ଟିମ ପ୍ରସ୍ତୁତ ରହିଛନ୍ତି। ବିଦ୍ୟୁତ ଓ ପାନୀୟ ଜଳ ନେଇ ସଚିବଙ୍କ ସହ ଆଲୋଚନା ହୋଇଛି। ଯାହା ପ୍ରସ୍ତୁତି କରିବା କଥା ତାହା ଆମେ କରିଛୁ। ବାତ୍ୟା ହେବ କି ନାହିଁ ସ୍ପଷ୍ଟ ଚିତ୍ର ନାହିଁ। ଭୟଭୀତ ହୁଅନ୍ତୁ ନାହିଁ। ଯଦି ଅଯଥାରେ କେହି ଦରଦାମ ବଢ଼ାଉଥାଏ, ତେବେ ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆମେ ୩ଟି ଖରାଟିଆ ବାତ୍ୟା ଫନି, ଅମ୍ଫନ ଓ ୟାସ ପୂର୍ବରୁ ଦେଖିଛୁ। ଖରାଦିନେ ବାତ୍ୟା ହେଲେ ବନ୍ୟାଜନିତ ସମସ୍ୟା ସୃଷ୍ଟି ହେବ ନାହିଁ। ଯଦି ବାତ୍ୟା ହୁଏ, ଦିନଟିଏ ବଜାର ବନ୍ଦ ହୋଇପାରେ। ତେଣୁ ଅଯଥାରେ ଜିନିଷ କିଣନ୍ତୁ ନାହିଁ ବୋଲି ଗତକାଲି ଏସଆରସି ପରାମର୍ଶ ଦେଇଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories