www.samajalive.in
Monday, December 8, 2025
17.1 C
Bhubaneswar

ଖାଦ୍ୟ ଖାଇବା ପରେ କରୁଛନ୍ତି କି ଏହି ଭୁଲ୍‍

ଖରାଦିନେ ସାଧାରଣତଃ ଲୋକେ ଦୁଇରୁ ତିନି ଥର ସ୍ନାନ କରିଥାଆନ୍ତି। ଏହି ସମୟରେ ଲୋକେ କିଛି ଏଭଳି ଭୁଲ୍‍ କରିଥାଆନ୍ତି, ଯାହା ଦ୍ୱାରା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ଅନେକ ଲୋକେ ରାତିରେ ଖାଦ୍ୟ ଖାଇବା ପରେ ଗାଧୋଇ ଥାଆନ୍ତି। ଏପରି କରିବା ଦ୍ୱାରା ଶରୀରରେ ଅନେକ ରୋଗ ଓ ସମସ୍ୟା ସୃଷ୍ଟି ହୋଇଥାଏ। ଖାଦ୍ୟ ସେବନ ପରେ ସ୍ନାନ କରିବା ଦ୍ୱାରା ଓଜନ ବୃଦ୍ଧି ହେବା ସହ ଏସିଡିଟି ଓ କୋଷ୍ଠକାଠିନ୍ୟ ସମସ୍ୟା ସୃଷ୍ଟି ହୋଇଥାଏ। ତେବେ ଜାଣନ୍ତୁ ଖାଦ୍ୟ ଖାଇବା ପରେ ଗାଧୋଇଲେ କି କି ସମସ୍ୟା ହୋଇଥାଏ…….
ସକାଳ ସମୟରେ ଜଳଖିଆ ଖାଇବା ପରେ ହେଉ କିମ୍ବା ରାତିରେ ଖାଦ୍ୟ ଖାଇବା ପରେ ତୁରନ୍ତ ଗାଧୋଇବା ଉଚିତ ନୁହେଁ। ଏହାଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ହୋଇଥାଏ। ଗାଧୋଇବା ପରେ ଶରୀରର ତାପମାତ୍ରା ବୃଦ୍ଧି ପାଇଥାଏ। ଫଳରେ ଖାଦ୍ୟ ସଠିକ ଭାବେ ହଜମ ହୋଇନଥାଏ।
ଅଧିକାଂଶ ଲୋକେ ଖାଦ୍ୟ ଖାଇବାର ତୁରନ୍ତ ପରେ ଫଳ ଖାଇଥାଆନ୍ତି। ଏହାଦ୍ୱାରା ଏସିଡିଟି ସମସ୍ୟା ହୋଇଥାଏ।
କିଛି ଲୋକେ ଖାଦ୍ୟ ଖାଇବା ପରେ ପହଁରିଥାଆନ୍ତି। ଏପରି କରିବା ଦ୍ୱାରୋ ଓଜନ ବୃଦ୍ଧି ହୋଇଥାଏ।
ଖାଦ୍ୟ ଖାଇବାର ତୁରନ୍ତ ପରେ ଅଧିକାଂଶ ଲୋକେ ଶୋଇଥାଆନ୍ତି। ଏହାଦ୍ୱାରା ହଜମ ଜନିତ ସମସ୍ୟା ସୃଷ୍ଟି ହେବା ସହ ଶରୀରର ଅନେକ ସମସ୍ୟା ହୋଇଥାଏ। ହଜମ କ୍ରିୟା ଉପରେ କୁପ୍ରଭାବ ପଡିଥାଏ। ଖାଦ୍ୟ ଖାଇବା ପରେ ତୁରନ୍ତ ଶୁଅନ୍ତୁ ନାହିଁ।

 

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories