www.samajalive.in
Monday, December 8, 2025
27.1 C
Bhubaneswar

ଅଟୋ ଓଲଟି ଯୁବକ ମୃତ

ପାତ୍ରପୁର: ଜରଡା ଥାନା ତୁରିବୁଡି ପଞ୍ଚାୟତ ଝଗଡାପଲ୍ଲୀ ମୁଖ୍ୟ ରାସ୍ତାରେ ରବିବାର ରାତିରେ ଏକ ଅଟୋ ଓଲଟି ପଡିବା ଫଳରେ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତଙ୍କ ନାମ ସୁଶାନ୍ତ ଶବର(୩୩) ଓ ଘର ତୁରିବୁଡି ପଞ୍ଚାୟତ କୃଷ୍ଣପୁର ଗ୍ରାମରେ ବୋଲି ଜଣାପଡ଼ିଛି। ଗତକାଲି ସୁଶାନ୍ତ କିଛି ଲୋକଙ୍କୁ ନେଇ ଗଜପତି ଜିଲ୍ଲା ଗଙ୍ଗାବାଡ ଗ୍ରାମକୁ ଯାଇ ରାତିରେ ନିଜ ଗ୍ରାମକୁ ଫେରୁଥିଲେ। ଏହି ସମୟରେ ଘାଟି ରାସ୍ତା ପାର ହେବାପରେ ଭାରସାମ୍ୟ ହରାଇ ଅଟୋଟି ଓଲଟି ପଡ଼ିଥିଲା। ଯାହା ଫଳରେ ସେ ଅଟୋ ତଳେ ଚାପି ହୋଇଯିବା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ତାଙ୍କ ସାଙ୍ଗରେ ଥିବା ଅନ୍ୟଜଣେ ଆହତ ହୋଇଛନ୍ତି। ଆହତ ବ୍ୟକ୍ତି ଜଣଜ ନିକଟ ଝଗଡାପଲ୍ଲୀ ଗ୍ରାମରେ ପହଞ୍ଚି ରାତି ୧୨ଘଣ୍ଟା ବେଳେ ଲୋକଙ୍କୁ ଜଣାଇଥିଲେ। ଲୋକମାନେ ଆହତ ବ୍ୟକ୍ତିଙ୍କୁ ଚିକିତ୍ସାପାଇଁ ପଠାଇଥିବା ବେଳେ ଖାରିଆଗୁଡା ଫାଣ୍ଡିକୁ ଖବର ଦେଇଥିଲେ। ଫାଣ୍ଡି ଅଧକାରୀ ପ୍ରଫୁଲ୍ଲ କୁମାର ଶତପଥୀ ପହଞ୍ଚିବା ସହ ଅଟୋରେ ଚାପି ହୋଇ ରହିଥିବା ଯୁବକଙ୍କୁ ଉଦ୍ଧାର କରିବା ସହ ସକାଳୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଇଛନ୍ତି। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories