www.samajalive.in
Monday, December 8, 2025
27.1 C
Bhubaneswar

ଡାକ୍ତରଙ୍କ ପୁଅଙ୍କୁ ନିର୍ମମ ହତ୍ୟା

ପାଟନା: ବିହାରରେ ବଳାତ୍କାର ଓ ହତ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଶନିବାର ଦିନ ପାଟନାରେ ଜଣେ ହୋମିଓପାଥି ଡାକ୍ତରଙ୍କ ପୁଅକୁ ନିର୍ମମ ଭାବେ ଛୁରି ଭୁଶି ହତ୍ୟା କରାଯାଇଛି। ୧୫ ବର୍ଷୀୟ ସତ୍ୟମ କୁମାରଙ୍କ ଶରୀରରେ ୪୦ଟି ସ୍ଥାନରେ କ୍ଷତ ଚିହ୍ନ ଦେଖିବାକୁ ମିଳିଛି। ତାଙ୍କ ବେକକୁ କଟା ଯାଇଛି ଓ ଗୋଟିଏ ଆଖିକୁ ତାଡ଼ି ନିଆଯାଇଛି।
ପୁଲିସ ସୂଚନା ଅନୁଯାୟୀ, ସତ୍ୟମ୍‍ ଗତ ଗୁରୁବାର ଦିନରୁ ନିଖୋଜ ଥିଲେ। ତାଙ୍କ ପିତା ଶଶି ଭୂଷଣ ଗୁପ୍ତା ରୂପସପୁର ଥାନାରେ ରାତି ୧୦ଟାରେ ଏକ ଏତଲା ଦେଇଥିଲେ। ତା’ ପର ଦିନ ଶଶିଭୂଷଣଙ୍କ ନିକଟକୁ ଏକ ଅଜଣା ନମ୍ବରରୁ ଫୋନ୍‍ କଲ୍‍ ଆସିଥିଲା। ସତ୍ୟମ୍‍ଙ୍କ ବଦଳରେ ୫୦ ଲକ୍ଷ ଟଙ୍କା ଦାବି କରାଯାଇଥିଲା। ଏହାପରେ ଶନିବାର ଦିନ ଗୋଲା ରୋଡ୍‍ ନିକଟସ୍ଥ ଆରପିଏସ୍‍ ଇଞ୍ଜିନିୟର କଲେଜ ପଛ ପଟ ଘାସ ବୁଦାରୁ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା।
ଏହି ଘଟଣାରେ ସତ୍ୟମ୍‍ଙ୍କ ଦୁଇ ଜଣ ସାଥୀ ନୀରଜ କୁମାର ଓ ପ୍ରମୋଦ କୁମାରଙ୍କୁ କୋଥ୍‍ୱା ଗ୍ରାମରୁ ପୁଲିସ ଶୁକ୍ରବାର ଦିନ ଗିରଫ କରିଛି। ପଚରାଉଚରା ବେଳେ ସେମାନେ ସତ୍ୟମ୍‍ଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ। ସେମାନଙ୍କ ସୂଚନା ଆଧାରରେ ପୁଲିସ ସତ୍ୟମଙ୍କ ଶବକୁ ଉଦ୍ଧାର କରିଥିଲା। ସତ୍ୟମ୍‍ଙ୍କ ଫୋନ୍‍ କଲ ରେକର୍ଡ ଯାଞ୍ଚ ଆଧାରରେ ପୁଲିସ ଅଜିତ କୁମାର ଦେବରାଜ ନାମକ ଜଣେ ଯୁବକକୁ ଖୋଜୁଛି।
ସିଟି ଏସପି ରବୀନ୍ଦ୍ର କୁମାରଙ୍କ କହିବା ଅନୁଯାୟୀ ଅଭିଯୁକ୍ତମାନେ ବାରମ୍ବାର ବୟାନ ବଦଳାଉଥିବାରୁ ହତ୍ୟାର କାରଣ ସ୍ପଷ୍ଟ ହୋଇପାରିନାହିଁ। ହତ୍ୟା ପୂର୍ବରୁ ସତ୍ୟମଙ୍କୁ ଗଞ୍ଜେଇ ଖାଇବାକୁ ଦିଆଯାଇଛି। ହତ୍ୟା ପଛରେ ଜଣେ ଝିଅର ଭୂମିକା ପଦାକୁ ଆସିଛି। ସତ୍ୟମ୍‍ଙ୍କ ସହିତ ଉକ୍ତ ଝିଅର ବନ୍ଧୁତା ଥିଲା। କିନ୍ତୁ ଦୁଇ ଜଣଙ୍କ ବନ୍ଧୁତାକୁ ନୀରଜ ସହିପାରୁ ନଥିଲେ। ତେଣୁ ହତ୍ୟା ପଛରେ ଏତତରଫା ପ୍ରେମ ସମ୍ପର୍କ ଥାଇପାରେ ବୋଲି ସନ୍ଦେହ କରାଯାଉଛି। ଅଭିଯୁକ୍ତ ନୀରଜ ଓ ପ୍ରମୋଦଙ୍କ ବାପାଙ୍କ ନାମରେ ପୂର୍ବରୁ ଏକାଧିକ ଅପରାଧିକ ମାମଲା ରହିଛି। କୁଖ୍ୟାତ ଅପରାଧୀରୁ ରାଜନେତା ହୋଇଥିବା ରିତଲାଲ୍‍ ଯାଦବଙ୍କ ସହିତ ନୀରଜ ଓ ପ୍ରମୋଦଙ୍କ ପରିବାରର ମଧ୍ୟ ବନ୍ଧୁତ୍ୱ ରହିଛି।
ସତ୍ୟମ୍‍ ନିଖୋଜ ଅଭିଯୋଗ ହେବା ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବାରୁ ରୂପସପୁର ଏସ୍‍ଏଚ୍‍ଓ ଦୀପକ କୁମାରଙ୍କୁ ନିଲମ୍ବନ କରାଯାଇଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories