www.samajalive.in
Monday, December 8, 2025
27.1 C
Bhubaneswar

ମାତ୍ର ୫୦ ଟଙ୍କାରେ ଏଠାରେ ଲୋକେ ଖାଇଥାଆନ୍ତି ଅଜା-ଆଈଙ୍କ ଖାଦ୍ୟଥାଳି

କର୍ଣ୍ଣାଟକ : କରୋନା ମହାମାରୀ ସମୟରେ ଅନେକ ଲୋକେ ଜୀବିକା ହରାଇଥିବା ଦେଖାଯାଇଥିବା ବେଳେ କିଛି ଲୋକେ ଲୋକଙ୍କୁ ସାହାଯ୍ୟ କରିବା ସହ ରୋଜଗାର ପାଇଁ ନୂଆ ମାଧ୍ୟମ ଆପଣାଉଥିବା ମଧ୍ୟ ଘଟଣା ସାମ୍ନାକୁ ଆସିଥିଲା। ସେହିପରି କର୍ଣ୍ଣାଟକରେ ବାସ କରୁଥିବା ଜଣେ ବୟସ୍କ ଦମ୍ପତି ଅନେକ ଜଟିଳ ପରିସ୍ଥିତି ସହ ଲଢେଇ କରି ନିଜର ବ୍ୟବସାୟକୁ ଜାରି ରଖିଥିଲେ।  ମାତ୍ର ୫୦ ଟଙ୍କାରେ ଲୋକଙ୍କୁ ସ୍ନେହଭରା ଘରର ଖାଦ୍ୟ ଭଳି ଖାଦ୍ୟଥାଳି ଖୁଆଉଛନ୍ତି।୧୯୫୧ ପର ଠାରୁ ଏହି ପରଷା ଯାଉଥିବା ଖାଦ୍ୟଥାଳି ଆଖପାଖ ଅଞ୍ଚଳରେ ଏହା ବିଷୟରେ ସଭିଁଙ୍କୁ ମଧ୍ୟ ବେଶ ଜଣା।
ବିଶେଷ କରି ଖାଦ୍ୟପେୟର ବ୍ୟବସାୟ କରୁଥିବା ଲୋକେ ଅଧିକାଂଶ ସମୟ ଠିଆ ହୋଇ ଏହି କାର୍ଯ୍ୟ କରିବାକୁ ପଡିଥାଏ। ବୃଦ୍ଧ ଦମ୍ପତିଙ୍କୁ ବୟସ ହୋଇଥିଲେ ମଧ୍ୟ ସେମାନେ ଘରେ ପ୍ରସ୍ତୁତ ସ୍ୱାଦିଷ୍ଟ ଖାଦ୍ୟ ପରଷି ଥାଆନ୍ତି। କିଛି ଦିନ ତଳେ ଖାଦ୍ୟ ଥାଳି ସହ ଉକ୍ତ ଦମ୍ପତିଙ୍କ ଭିଡିଓ ଜଣେ ବ୍ୟକ୍ତି ପୋଷ୍ଟ କରିବା ପରେ ଏହା ଖୁବ ଭାଇରାଲ ହେଉଛି।
ଲୋକଙ୍କ ସାମ୍ନାରେ ଘରେ ପ୍ରସ୍ତୁତ ହେଉଥିବା ସ୍ୱାଦିଷ୍ଟ ଖାଦ୍ୟ ଥାଳି ପରଷୁଥିବା ବୟସ୍କ ଦମ୍ପତିଙ୍କୁ ଲୋକେ ଅଜା-ଆଈ, ଜେଜେବାପା –ଜେଜେମାଆ ବୋଲି ସମ୍ବୋଧନ କରିଥାଆନ୍ତି। ମାତ୍ର ୫୦ ଟଙ୍କାରେ ଏଠାରେ ଲୋକଙ୍କୁ ପେଟପୁରା ଘରର ସ୍ୱାଦିଷ୍ଟ ଖାଦ୍ୟ ମିଳିଥାଏ। ଭିଡିଓଟି ସେୟାର କରି ମତାମତରେ ଲେଖିଛନ୍ତି, ଏଠାରେ ଲୋକଙ୍କୁ ସ୍ନେହଭରା ଖାଦ୍ୟଥାଳି ମିଳିଥାଏ। ଘର ଭଳି ଅନୁଭବ ମଧ୍ୟ ହୋଇଥାଏ। ଭିଡିଓକୁ ଏଯାଏଁ ୧ ଲକ୍ଷ ୮୭ ହଜାରରୁ ଅଧିକ ଲୋକେ ଦେଖିସାରିଲେଣି। ହଜାର ହଜାର ଲୋକେ ଏଥିରେ ମତାମତ ମଧ୍ୟ ଦେଇଛନ୍ତି।

Hot this week

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

Related Articles

Popular Categories