www.samajalive.in
Monday, December 8, 2025
27.1 C
Bhubaneswar

କେନାଲ ପାଣିକୁ ସାହା ଭରଷା କଲେ ନାରାୟଣ ପୁର ଗ୍ରାମବାସୀ

କଲ୍ୟାଣସିଂହପୁର  : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତ ସଦର ଗ୍ରାମରେ ପାଣି ପାଇଁ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି। ଉକ୍ତ ଗ୍ରାମରେ ( ବୋର ୱାଲ୍) ଅଛି କିନ୍ତୁ କାମରେ ଆସୁନି, ନଳ କୂପ ମଧ୍ୟ ସେ ଅବସ୍ଥାରେ ରହିଛି। ଯାହା ଫଳରେ ପାନୀୟ ଜଳ ପାଇଁ ଗ୍ରାମବାସୀମାନେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି । ଗାଁରେ ପ୍ରାୟ ୧୮୦ଘର ରହିଥିବା ବେଳେ ୬୫୦ ଜନସଂଖ୍ୟା ରହିଛି ।ଏଠାରେ ନଳ କୂପ ସହ ବୋର ୱାଲ୍ ରହିଛି । କିନ୍ତୁ  ପାଣି  ବାହାରିବା କଷ୍ଟ କର ହୋଇଯାଇଛି ।
ଗାଁ ଦେଇ ଯାଇଥିବା( ବାଟିଆ)  କେନାଲରୁ ପାଣି ନେଇ ଘରେ ବ୍ୟବହାର  କରୁଥିବା ଦେଖିବାକୁ ମିଳିଛି। ଏହି ପାଣି ବ୍ୟବହାର କରି ବିଭିନ୍ନ କାଛୁ କୁଣ୍ଡିଆ ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡୁଥିବା ଗ୍ରାମବାସୀ କହିଛନ୍ତି। ଏହି ସମସ୍ୟାକୁ ନେଇ ପଞ୍ଚାୟତର ସରପଞ୍ଚ ,ଗ୍ରାମ ସେବକ, ବିଡିଓ,  ନେତାଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ କେହି ହେଲେ ଶୁଣୁ ନଥିବା  ଗ୍ରାମବାସୀ କହିଛନ୍ତି । ଯଦି  ଆଗାମୀ ଦିନରେ ସୁଧ ପାନୀୟ ଜଳ ନ ମିଳିଲେ ନାରାୟଣପୁର ଗ୍ରାମର ମହିଳା ମାନେ କଲ୍ୟାସିଂହପୁର ବ୍ଲକ ସାମ୍ନାରେ ହାଣ୍ଡି ମାଠିଆ ନେଇ ବସିବାକୁ ବାଧ୍ୟ ହେବୁ ବୋଲି ଗ୍ରାମର  ମିଣୀୟକା ଏଲାମା,ମହାନନ୍ଦିଆ ରେବତୀ,  କାଡ୍ର।କା , ବିଡ଼ିକା ଦୂର କହିଛନ୍ତି ।ଏହି ବିଷୟରେ ସ୍ଥାନୀୟ ବିଡ଼ିଓ ସୁଧାକର ରଇତଙ୍କୁ ପଚାରିବାରୁ କହିଥିଲେ ଯେଉଁ ଗାଁରେ ପାଣିର ସମସ୍ୟା ରୁହେ ସେ ଗାଁକୁ ଯଥା ଶୀଘ୍ର ଟେଙ୍କର୍ ରେ ପାଣି ବ୍ୟବସ୍ଥା କରି ଦିଆଯିବ ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories