www.samajalive.in
Monday, December 8, 2025
27.1 C
Bhubaneswar

୨ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟରେ ସାକ୍ଷୀଗୋପାଳ କୃଷି ଫାର୍ମକୁ ଆଦର୍ଶ ଫାର୍ମରେ ପରିଣତ କରାଯିବ: କୃଷି ମନ୍ତ୍ରୀ

ସୁଆଣ୍ଡୋ: ରାଜ୍ୟର ଏକ ଆଦର୍ଶ କୃଷି ଫାର୍ମ ଭାବେ ଗଢିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀ ଜିଲା ସାକ୍ଷୀଗୋପାଳ କୃଷି ଫାର୍ମ ପାଇଁ ୨ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି । ଉକ୍ତ ଫାର୍ମର ନିଜସ୍ବ କାର୍ଯ୍ୟାଳୟ ଗୃହ ଉଦଘାଟନ ଅବସରରେ ରାଜ୍ୟ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି। କୃଷିମନ୍ତ୍ରୀ ଶ୍ରୀ ସାହୁ ଓ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ କାର୍ଯ୍ୟାଳୟ ଗୃହ ଓ କୃଷି ମେଳା ଉଦଘାଟନ କରିଥିଲେ । ଏହି ଅବସରରେ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ସଭାକାର୍ଯ୍ୟ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିଲା ।

ଆୟୋଜିତ ସଭାରେ କୃଷି ମନ୍ତ୍ରୀ ଡ. ସାହୁ ମୁଖ୍ୟ ଅତିଥି, ସତ୍ୟବାଦୀ ବିଧାୟକ ଶ୍ରୀ ସାମନ୍ତରାୟ ସମ୍ମାନୀତ ଅତିଥି, ଓୟୁଏଟିର କୁଳପତି ଡ. ପୱନ କୁମାର ଅଗ୍ରୱାଲ, ଓୟୁଏଟିର ସଂପ୍ରସାରଣ ସଭାପତି ଡ. ପ୍ରସନ୍ନ ଜିତ ମିଶ୍ର, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ. ସଞ୍ଜୟ କୁମାର ମହାନ୍ତି, ବୈଜ୍ଞାନିକ ଡ. ଅମ୍ବିକା ପ୍ରସାଦ ନାୟକ, ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ଆତ୍ମାର ଅଧ୍ୟକ୍ଷ ରାମଚନ୍ଦ୍ର ମହାନ୍ତି ଓ ବ୍ଲକ ଉପାଧ୍ୟକ୍ଷ ନିବେଦିତା ପାତ୍ର ଉପସ୍ଥିତ ରହିଥିଲେ । ଜ୍ଞାନ କୌଶଳକୁ ନେଇ ଚାଷ କଲେ ଚାଷ ଓ ଚାଷୀଙ୍କ ଉନ୍ନତି ହୋଇପାରିବ ବୋଲି ବୈଜ୍ଞାନିକମାନେ କହିଛନ୍ତି । ସେହିପରି କରୋନା ସମୟରେ ସବୁ ସ୍ତରରେ ମାନ୍ଦା ଅବସ୍ଥା ରହିଥିବା ବେଳେ ଓଡ଼ିଶାର ଯୁବବର୍ଗଙ୍କ ଉନ୍ନତ ଚାଷ ଯୋଗୁ ରାଜ୍ୟର କୃଷିର ବିକାଶ ହୋଇଥିଲା ବୋଲି ମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି । ଛତୁଚାଷରେ ପୁରୀ ଜିଲା ପ୍ରଥମ ରହିଛି ବୋଲି ବିଧାୟକ ଶ୍ରୀ ସାମନ୍ତରାୟ କହିଛନ୍ତି । ମେଳାରେ ମାଛ, ବତକ, କୁକୁଡା, ହଂସ, କୃଷି ଯନ୍ତ୍ରପାତି, ଆଚାର, ପାମ୍ପଡ ଆଦି ବିଭିନ୍ନ ପଦାର୍ଥ ପ୍ରଦର୍ଶିତ ହୋଇଥିଲା । ଡ. ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଡ. ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories