www.samajalive.in
Monday, December 8, 2025
27.1 C
Bhubaneswar

ବ୍ୟବସାୟୀଙ୍କୁ ମାଡ ମାରି ଟଙ୍କା ଲୁଟ

ଧାମରା : ପରିବା ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଉଥିବା ପରିବା ବ୍ୟବସାୟୀଙ୍କୁ ମାଡମାରି ୮୫ହଜାର ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଲୁଟ ହେବାର ୨ଦିନ ବିତିଯାଇଥିଲେ ମଧ୍ୟ ଏଯାଏଁ ଦୋଷୀ ଗିରଫ ହୋଇ ନାହାଁନ୍ତି।ଅନ୍ୟ ପକ୍ଷରେ ମାଡ ଖାଇ ନିଜର ବେପାର ବନ୍ଦ କରିଦେଇଥିବା ବ୍ୟବସାୟୀ ମେଡିକାଲରେ।
ଖବରରୁ ପ୍ରକାଶ ଧାମରାରେ ପରିବା ବ୍ୟବସାୟ କରୁଥିବା ପ୍ରେମାନନ୍ଦ ଗୁଡିଆ ସବୁଦିନ ଭଳି ଗୁରବାର ଭୋର ୪ଟା ସମୟରେ ପରିବା ଆଣିବା ପାଇଁ ବାସୁଦେବପୁରକୁ ଯାଉଥିଲେ। ବାସୁଦେବପୁର ନିକଟସ୍ଥ ମନ୍ଦାରୀ ପୋଲ ନିକଟରେ ରାସ୍ତା ଖରାପ ଥିବାରୁ ସେ ନିଜର ଗାଡିର ଗତିକୁ ହ୍ରାସ କରିଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ୫ଜଣ ଲୋକ ଆସି ଗାଡି ଆଗରେ ଠିଆ ହୋଇ ଗାଡିକୁ ଅଟକାଇବା ସହ ଗାଡିର ଚାଳକ ତଥା ମାଲିକ ପ୍ରେମାନନ୍ଦକୁ ଏକ ପ୍ଲାଷ୍ଟିକ ପାଇପରେ ମାଡ ମାରିଥିଲେ। ମାଡ ଯନ୍ତ୍ରଣାରେ ତଳେ ପଡି ଛଟପଟ ହେଉଥିବା ବେଳେ ସଂପୃକ୍ତ ଯୁବକ ମାନେ ପ୍ରେମାନନ୍ଦଙ୍କ ପକେଟରୁ ୮୫ହଜାର ଟଙ୍କା ଛଡାଇ ନେବା ସହ ତାଙ୍କର ମୋବାଇଲକୁ ମଧ୍ୟ ବିଲ ମଝିକୁ ଫିଙ୍ଗି ଦେଇ ନିକଟସ୍ଥ ଏକ ଘରକୁ ପଳାଇଥିଲେ।
ପିକଅପ ଭ୍ୟାନରେ ଉପସ୍ଥିତ ଥିବା ଗାଡିର ହେଲପର ସପନ ଅନ୍ୟ ଉପାୟ ନପାଇ ପ୍ରେମାନନ୍ଦକୁ ନେଇ ପ୍ରଥମେ ବାସୁଦେବପୁର ମେଡିକାଲକୁ ଯାଇ ଚିକିତ୍ସିତ ହେବା ପରେ ବାସୁଦେବପୁର ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ। ଥାନାଧିକାରୀ ଘଟଣାସ୍ଥଳକୁ ଆସିଥିଲେ ମାତ୍ର ସେହି ସ୍ଥାନଟି ଚୁଡାମଣୀ ମେରାଇନ ଥାନା ଅଧିନରେ ଆସୁଥିବାରୁ ,ଚୁଡାମଣୀ ମେରାଇନ ଥାନାକୁ ଯାଇ ଅଭିଯୋଗ କରିବାକୁ କହିଥିଲେ। ପରେ ପ୍ରେମାନନ୍ଦ ଚୁଡାମଣୀ ମେରାଇନ ଥାନାକୁ ଯାଇ ଲିଖିତ ଅଭିଯୋଗ କରିବା ପରେ ଥାନ।ଧିକାରିଣୀ ଆସି ଘଟଣାସ୍ଥଳରେ ପହଂଚି ସରଜମିନ ତଦନ୍ତ କରିଥିଲେ। ପ୍ରେମାନନ୍ଦ ଦେଖାଇଥିବା ଘରେ ଜଣେ ଦୋଷୀ ଉପସ୍ଥିତ ଥିବା ବେଳେ ପୁଲିସକୁ ଦେଖି ଦୌଡି ପଳାଇଯାଇଥିଲା।
ଏ ନେଇ ଚୁଡାମଣୀ ଥାନାରେ ୫୦/୨୦ ରେ ଏକ ମାମଲା ରୁଜୁ ହୋଇଛି।  ଅନ୍ୟ ପକ୍ଷରେ ଧାମରା- ବାସୁଦେବପୁର ମୁଖ୍ୟ ରାସ୍ତାରୁ ସକାଳ ସମୟରେ ଏହିପରି ଲୁଟତରାଜ ହେଉଥିବା ବେଳେ ସାଧାରଣ ଲୋକଙ୍କ ମଧ୍ୟରେ ଭାଳେଣି ପଡିଯାଇଥିବା ବେଳେ ଧାମରା ଅଂଚଳର ବ୍ୟବସାୟୀ ମଧ୍ୟ ପ୍ରମାଦ ଗଣିଲେଣି। ଆଗାମୀ ଦିନରେ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହ ଲୁଟ ହୋଇଥିବା ଟଙ୍କା ଉଦ୍ଧାର କରିବାକୁ ମେଡିକାଲରେ ମାଡ ଖାଇ ଏବଂ ଟଙ୍କା ହରାଇଥିବା ପରିବା ବ୍ୟବସାୟୀ ପ୍ରେମାନନ୍ଦ ପୁଲିସ ପ୍ରଶାସନକୁ ଆକୁଳ ନିବେଦନ କରିଛନ୍ତି।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories