www.samajalive.in
Monday, December 8, 2025
27.1 C
Bhubaneswar

ଭୁବନେଶ୍ୱର କ୍ଲବରେ ଉତ୍ତର-ପ୍ରତୀତିବାଦୀ ବିଶ୍ୱସ୍ତରୀୟ କଳାକୃତି ପ୍ରଦର୍ଶନୀ

ଭୁବନେଶ୍ୱର: ଭୁବନେଶ୍ୱର କ୍ଲବର ସାଂସ୍କୃତିକ ଅଙ୍ଗ ‘ସୁକୃତ’ ଆନୁକୂଲ୍ୟରେ ଉନବିଂଶ ଶତାବ୍ଦୀର ପ୍ରଥିତଯଶା ଚିତ୍ରକର ଭିନସେଣ୍ଟ ଭାନ ଗୋହଙ୍କର ବିଶ୍ବବିଜୟୀ କଳାକୃତି ଗୁଡିକର ଅବିକଳ ନକଲ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱର ସହରର ଅଗଣିତ କଳାପ୍ରେମୀ ବିଶ୍ୱର ସର୍ବଶ୍ରେଷ୍ଠ ଏହି ଉତ୍ତର ପ୍ରତୀତିବାଦୀ କଳାକାରଙ୍କର ପ୍ରସିଦ୍ଧ ଚିତ୍ର ଗୁଡିକ ସହିତ ପରିଚିତ ହେବାର ସୁଯୋଗ ଲାଭ କରିଥିଲେ ।
ସୂଚନାଯୋଗ୍ୟ, ଗତକାଲି ହଲାଣ୍ଡ ଦେଶର ଏହି କଳାର ଯାଦୁକରଙ୍କ ଜନ୍ମଦିନ ଥିଲା । ଭାନ ଗୋହ ୧୮୫୩ ମସିହା ମାର୍ଚ୍ଚ ୩୦ ତାରିଖରେ ଜନ୍ମ ଗ୍ରହଣ କରି ମାତ୍ର ୩୭ ବର୍ଷ ବୟସରେ ପ୍ରାଣତ୍ୟାଗ କରିଥିଲେ । ଜୀବନର ସ୍ୱଳ୍ପ ଅବଧି ଭିତରେ ତାଙ୍କୁ ବିଶେଷ ବାଣିଜ୍ୟିକ ସଫଳତା ମିଳି ନ ଥିଲା । ଜୀବ କାଳରେ ଭାନ ଗୋହ ତାଙ୍କର କେବଳ ମାତ୍ର ଗୋଟିଏ କଳାକୃତୀକୁ ଚାରି ଶହ ଫ୍ରାଙ୍କ ମୂଲ୍ୟରେ ବିକି ପାରିଥିଲେ । ନାନା କରଜରେ ବୁଡି ରହିବା ପରେ ସେ ପ୍ୟାରିସ ନଗରୀକୁ ଚାଲିଗଲେ ଓ ଜୀବନର ଶ୍ରେଷ୍ଠତମ କଳାକୃତିଗୁଡିକୁ ରୂପ ଦେଇଥିଲେ। ମସ୍ତିଷ୍କ ବିକୃତି ଦେଖା ଦେଇଥିବାରୁ ତାଙ୍କୁ ପାଗଳ ଗାରଦରେ ଜୀବନ କାଟିବାକୁ ପଡିଥିଲା। ବିଷାଦ ଓ ଦାରିଦ୍ର୍ୟ ଜର୍ଜରିତ ହୋଇ ସେ ଶେଷରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ। ମୃତ୍ୟୁ ପରେ ତାଙ୍କର ଅନନ୍ୟ କଳା ପ୍ରତିଭା କଳା ଜଗତରେ ସ୍ୱତନ୍ତ୍ର ମାନ୍ୟତା ହାସଲ କରିଥିଲା ।

ଉତ୍ତର-ପ୍ରତୀତିବାଦୀ କଳା ବିମୂର୍ତ୍ତତାର ସଂକ୍ଷିପ୍ତସାର ଉପରେ ନିର୍ଭରଶୀଳ ହୋଇଥିବାରୁ ପ୍ରତୀକବାଦ, ସଂଶ୍ଲେସିକବାଦ ତଥା ଯଥେଚ୍ଛାଭାବେ ନିର୍ଦ୍ଧାରିତ ଗାଢ଼ ରଙ୍ଗର ପ୍ରୟୋଗ ଦ୍ୱାରା ଏହାର ବିଶେଷତା ପ୍ରତିପାଦନ କରିଥାଏ । ଏହି କଳା ସାଧାରଣତଃ ଦର୍ଶକକୁ ଅବୋଧଗମ୍ୟ ଲାଗିଲେ ବି ଅନେକ କଳାପ୍ରେମୀ ସେହି ଚିତ୍ରଗୁଡିକରୁ ଜୀବନର ଗୁଢ ତଥ୍ୟ ଆହରଣ କରି ପାରନ୍ତି। ତେଣୁ ସୁଖର କଥା ସୁକୃତ ଓ ଭୁବନେଶ୍ୱର କ୍ଲବ ଦ୍ୱାରା ଆୟୋଜିତ ଏହି କଳା ପ୍ରଦର୍ଶନୀ ଅନେକ କଳାପ୍ରେମୀଙ୍କୁ ଜଣେ ଖ୍ୟାତନାମା କଳାକାରଙ୍କ ପ୍ରତି ଆଗ୍ରହ ବଢାଇବ। ସୁକୃତ ସଂସ୍ଥାର ଆୟୋଜକ ପ୍ରଦୋଷ କୁମାର ମହାନ୍ତି ଏହି ପ୍ରଦର୍ଶନୀ ଆୟୋଜନ ପ୍ରସଙ୍ଗରେ କହିଛନ୍ତି ଯେ ଆଗାମୀ ଦିନରେ ଏଠାରେ ବିଶ୍ୱ ସ୍ଥରର ଅନେକ କଳା, ସାହିତ୍ୟ ଓ ଚଳଚ୍ଚିତ୍ର ସମ୍ବନ୍ଧୀୟ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବାର ଯୋଜନା ରହିଛି ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories