ଖରାଦିନିଆ ତ୍ୱଚା ପାଇଁ ……….
ଖରାର ପ୍ରଭାବରେ ଅଧିକ ଝାଳ ନିର୍ଗତ ହେବା କାରଣରୁ ତ୍ୱଚା ରଙ୍ଗ ଉପରେ ମଧ୍ୟ ଏହାର ପ୍ରଭାବ ଦେଖାଯାଏ। ବିଶେଷ କରି ଯେଉଁମାନଙ୍କର ତେଲିଆ ତ୍ୱଚା, ଝାଳ ଓ ମୁହଁରୁ ବାହାରୁଥିବା ତେଲ ସଂସ୍ପର୍ଶରେ ଆସି ମୁହଁରେ ଏକ ପ୍ରକାର ଆସ୍ତରଣ ଜମିବା ଭଳି ଅନୁଭବ ହୋଇଥାଏ। ଯେଉଁମାନଙ୍କର ତ୍ୱଚା ଶୁଷ୍କ ଝାଳ ପୋଛିବା ପରେ ମୁହଁ ଚମକ ମଧ୍ୟ ହ୍ରାସ ପାଇବା ଭଳି ଜଣାଯାଏ। ଏଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଓ ଖରାଦିନେ ନିଜ ତ୍ୱଚାକୁ ଉଜ୍ଜ୍ୱଳ ରଖିବା ପାଇଁ କିଛି ସହଜ ଓ ଘରୋଇ ଉପାୟ ଆପଣାନ୍ତୁ।
– ଅଧିକରୁ ଅଧିକ ପାଣି ପିଅନ୍ତୁ। ଏହାସହ ବିଭିନ୍ନ ପ୍ରକାର ଫଳର ରସ ବା ଜୁସ ପ୍ରସ୍ତୁତ କରି ମଧ୍ୟ ପିଇ ପାରିବେ। ଏହା ତ୍ୱଚାକୁ ଉଜ୍ଜ୍ୱଳ କରିବା ସହ ଶରୀରକୁ ଆବଶ୍ୟକ ପରିମାଣରେ ଜଳୀୟଅଂଶ ମଧ୍ୟ ପ୍ରଦାନ କରିଥାଏ।
– ଦିନକୁ ୨ ଥର ନିଶ୍ଚୟ ନିଜେ ବ୍ୟବହାର କରୁଥିବା ଫେସ ୱ୍ୟାସରେ ମୁହଁ ଧୁଅନ୍ତୁ। ଏହା ତ୍ୱଚାକୁ ସଫା ରଖିବା ପାଇଁ ବେଶ ସହାୟକ ହୋଇଥାଏ।
– ସପ୍ତାହକୁ ୨ଥର ତ୍ୱଚାକୁ ସ୍କ୍ରବ ମଧ୍ୟ କରନ୍ତୁ।
– ଘରୁ ବାହାରିବା ପୂର୍ବରୁ ସନ୍ କ୍ରିମ ନିଶ୍ଚୟ ଳଗାନ୍ତୁ। ଏହା ସୂର୍ୟ୍ୟଙ୍କ ଠାରୁ ଆସୁଥିବା ଅତି ବାଇରଣୀ ରଶ୍ମୀ ଠାରୁ ତ୍ୱଚାକୁ ରକ୍ଷା କରିବାକୁ ବେଶ ସହାୟକ ହୋଇଥାଏ।
-ଖରାଦିନେ ଅଧିକ ମେକଅପ ଜିନିଷ (ପ୍ରସାଧନ ସାମଗ୍ରୀ) ବ୍ୟବହାର କରନ୍ତୁ ନାହିଁ। ଅତି ଆବଶ୍ୟକ ହେଲେ ହିଁ ବ୍ୟବହାର କରନ୍ତୁ।
– ସପ୍ତାହକୁ ୨ଥର ଟମାଟୋ ରସ କିମ୍ବା ଲେମ୍ବୁ ରସ ଓ ମହୁ ମୁହଁରେ ଳଗାନ୍ତୁ।
ଏହି ଟିପ୍ସ ଉଭୟ ଯୁବକ ଓ ଯୁବତୀ ଆପଣେଇ ପାରିବେ।
ଖରାଦିନେ ଅଙ୍ଗୁର ସେବନ କରିବା ଖୁବ ହିତକାରୀ। ଏହି ଫଳ ସମସ୍ତ ଦୋକାନରେ ସହଜରେ ମିଳିଯାଇଥାଏ। ଜାଣନ୍ତୁ ଖରାଦିନେ ଅଙ୍ଗୁର ଖାଇବା ଦ୍ୱାରା କି କି ଲାଭ ହୋଇଥାଏ।
– ଅଙ୍ଗୁରରେ ଭିଟାମିନ ସି ଭରପୁର ମାତ୍ରାରେ ରହିଛି। ତେଣୁ ଏହାକୁ ଖାଇବା ଦ୍ୱାରା ଶରୀରକୁ ଆବଶ୍ୟକ ପରିମାଣରେ ଭିଟାମିନ ସି ମିଳିଥାଏ। ଏହା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ।
– ଖରାଦିନେ ସାଧାରଣତଃ ତ୍ୱଚାର ସୁନ୍ଦରତା ଉପରେ ଖୁବ ପ୍ରଭାବ ପଡ଼ିଥାଏ। ଅଙ୍ଗୁରରେ ଥିବା ପୋଷକ ତତ୍ୱ ତ୍ୱଚାର ସୁନ୍ଦରତା ଓ ଚମକ ବୃଦ୍ଧି କରିବାରେ ସହାୟକ ହୋଇଥାଏ।
– ଅଙ୍ଗୁର ସେବନ କରିବା ଦ୍ୱାରା କର୍କଟ ଭଳି ମାରାତ୍ମକ ରୋଗ ହେବାର ସମ୍ଭାବନା କମ ଥାଏ।
– ଅଙ୍ଗୁରରେ ଅଧିକ ମାତ୍ରାରେ ପୋଟାସିୟମ ରହିଛି। ଯାହା ରକ୍ତଚାପ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ।
– ଖରାଦିନେ ନିଜକୁ ସୁସ୍ଥ ରଖିବା ପାଇଁ ଅଙ୍ଗୁର ଖାଇବା ନିତାନ୍ତ ଆବଶ୍ୟକ। ଏହା ରକ୍ତରେ ଶର୍କରାର ମାତ୍ରାକୁ ମଧ୍ୟ ନିୟନ୍ତ୍ରଣ କରିଥାଏ।
– ଅଙ୍ଗୁର ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି କ୍ଷମତା ବୃଦ୍ଧି ହୋଇଥାଏ। ଏହା ଚକ୍ଷୁ ପାଇଁ ଖୁବ ଉପକାରୀ।
– ଅଙ୍ଗୁର ଖାଇବା ସହ ଏହାର ଜୁସ ମଧ୍ୟ ପ୍ରସ୍ତୁତ କରି ପିଇପାରିବେ।
Comments are closed.