www.samajalive.in
Monday, December 8, 2025
27.1 C
Bhubaneswar

୫୦-୬୦ ବର୍ଷ ବ୍ୟକ୍ତି ଖାଆନ୍ତୁ ଏହି ଖାଦ୍ୟ

ବୟସ ଅନୁଯାୟୀ ସଭିଏଁ ନିଜ ଖାଦ୍ୟ ପ୍ରତି ସଚେତନ ହେବା ସହ କେତେ ପରିମାଣରେ ଓ କେଉଁ କେଉଁ ଖାଦ୍ୟ ଖାଇବା ଆବଶ୍ୟକ,ତାହା ମଧ୍ୟ ଜାଣିବା ଉଚିତ। ବୟସ ବଢିବା ସହ ଧିରେ ଧିରେ ଶରୀର ଦୁର୍ବଳ ହେବା ସହ କିଛି ରୋଗ ହେବାର ମଧ୍ୟ ସମ୍ଭାବନା ଥାଏ। ଏଭଳି କ୍ଷେତ୍ରରେ ପୁଷ୍ଟିଯୁକ୍ତ ଖାଦ୍ୟ ସେବନ କରିବା ଉଚିତ। ଜାଣନ୍ତୁ ୫୦-୬୦ ବର୍ଷ ମଧ୍ୟରେ ବ୍ୟକ୍ତି କେଉଁ କେଉଁ ଖାଦ୍ୟ ଖାଇବା ଆବଶ୍ୟକ। ଏହି ବୟସର ବ୍ୟକ୍ତି କିଛି ସ୍ୱତନ୍ତ୍ର ଖାଦ୍ୟ ଖାଇବା ଆବଶ୍ୟକ।
ବାଦାମରେ ଅନେକ ପୋଷକ ତତ୍ତ୍ୱ ରହିଛି। ବାଦାମ ସେବନ କରିବା ଦ୍ୱାରା ମଧୁମେହ,ହୃଦୟଜନିତ ସମସ୍ୟା ଦୂର ସହ ଶରୀର ପାଇଁ ଲାଭଦାୟକ ହୋଇଥାଏ।
ଏହାସହ ଗହମରେ ପ୍ରସ୍ତୁତ ଜିନିଷ,ବାଜରା ,ଦଲିଆ, ମାଟିଆ ଚାଉଳରେ ଅଧିକ ମାତ୍ରାରେ ଫାଇବର ରହିଛି। ଏହା ସେବନ କରିବା ଦ୍ୱାରା ଭୋକ ନିୟନ୍ତ୍ରଣ ହେବା ସହ ଶରୀରରୁ ରୋଗ ଦୂରେଇ ରହିଥାଏ।
ବୟସ ବଢିବା ସହ ହାଡ ଦୁର୍ବଳ ହେବାକୁ ଲାଗିଥାଏ। ତେଣୁ ଦହି ଖାଇବା ଉଚିତ। ଦହି ଖାଇବା ଦ୍ୱାରା ହାଡ ପାଇଁ ଲାଭଦାୟକ ହୋଇଥାଏ। ଏହାସହ ପାଚନ ତନ୍ତ୍ର ସୁସ୍ଥ ରହିଥାଏ।
ଅଣ୍ଡାରେ ଥିବା ଭିଟାମିନ୍‍ ଓ ମିନେରାଲ୍ସ ମାଂସପେଶୀକୁ ମଜଭୂତ କରିଥାଏ। ନିୟମିତ ଅଣ୍ଡା ଖାଇବା ଦ୍ୱାରା ସ୍ମରଣଶକ୍ତି ବୃଦ୍ଧି ହୋଇଥାଏ।
୫୦ରୁ ଅଧିକ ବୟସର ବ୍ୟକ୍ତି ସବୁଜ ପନିପରିବା ଓ ଶାଗ ଜାତୀୟ ଜିନିଷ ଖାଇବା ଉଚିତ। ଏହା ସେବନ ଦ୍ୱାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହୋଇ ରହିଥାଏ ଓ ଦୃଷ୍ଟିଶକ୍ତି ବୃଦ୍ଧି କରିଥାଏ।
ଫଳର ମଧ୍ୟ ସେବନ କରନ୍ତୁ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories