www.samajalive.in
Monday, December 8, 2025
27.1 C
Bhubaneswar

‘ଦି କାଶ୍ମୀର ଫାଇଲ୍ସ’ ଉପରେ ବୟାନ ଦେଇ ଅଡ଼ୁଆରେ ଆଇଏଏସ୍ ଅଧିକାରୀ, ଜାରି ହେବ ନୋଟିସ୍‌

ଭୋପାଳ: ‘ଦି କାଶ୍ମୀର ଫାଇଲ୍ସ’ ଚଳଚ୍ଚିତ୍ରକୁ ନେଇ ସ୍ବର ଉତ୍ତୋଳନ କରିଥିବା ଆଇଏଏସ୍ ଅଧିକାରୀ ନିଆଜ ଖାନଙ୍କ ସମସ୍ୟା ବଢିପାରେ। ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା କହିଛନ୍ତି, ମଧ୍ୟପ୍ରଦେଶ ସରକାର ନିଆଜଙ୍କୁ ନୋଟିସ ଜାରି କରି ପଚରାଉଚରା କରିବେ। ନିଆଜ ଖାନ୍‌ ‘ଦି କାଶ୍ମୀର ଫାଇଲ୍ସ’କୁ ନେଇ ସାମାଜିକ ଗଣମାଧ୍ୟମରେ ମନ୍ତବ୍ୟ ରଖିଥିଲେ। ଏଥିରେ ବିଜେପି ନେତା ଓ ମନ୍ତ୍ରୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ, ନିଆଜ ଖାନ ସମାଜିକ ଗଣମାଧ୍ୟମ ଜରିଆରେ କହିଥିଲେ ଯେ, ‘ଦି କାଶ୍ମୀର ଫାଇଲ୍ସ’ ପରେ ମୁସଲମାନମାନଙ୍କୁ ହତ୍ୟା କରାଯାଇଥିବା ଘଟଣାଗୁଡ଼ିକ ଉପରେ ମଧ୍ୟ ଏକ ଫିଲ୍ମ ପ୍ରସ୍ତୁତ କରାଯିବା ଉଚିତ। ଏହାକୁ ନେଇ ରାଜ୍ୟର ମନ୍ତ୍ରୀ ଓ କିଛି ବିଜେପି ନେତା ନିଆଜଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପ୍ରଥମେ ଚିକିତ୍ସା ଶିକ୍ଷା ମନ୍ତ୍ରୀ ବିଶ୍ବାସ ସାରଙ୍ଗ ନିଆଜଙ୍କ ବୟାନ ଉପରେ ଆପତ୍ତି ଉଠାଇଥିଲେ। ଏବେ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା କହିଛନ୍ତି, ନିଆଜ ଖାନ ସୀମା ଅତିକ୍ରମ କରୁଛନ୍ତି। ଅଧିକାରୀମାନଙ୍କର ନିଜର ଲକ୍ଷ୍ମଣରେଖା ଥାଏ ଏବଂ ନିଆଜ ଏହାକୁ ଉଲ୍ଲଂଘନ କରୁଛନ୍ତି। ରାଜ୍ୟ ସରକାର ନିଆଜଙ୍କୁ ନୋଟିସ୍‌ ଜାରି କରି ପଚରାଉଚରା କରିବେ। ଏହା ପୂର୍ବରୁ ବିଜେପି ବିଧାୟକ ରାମେଶ୍ବର ଶର୍ମା ମଧ୍ୟ ନିଆଜ ଖାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

- Advertisement -

 

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories