www.samajalive.in
Monday, December 8, 2025
20.1 C
Bhubaneswar

କ୍ରିକେଟ ମୈଦାନରେ ତାପସୀ: ଆସୁଛି ‘ସାବାସ୍‌ ମିଠୁ’, ଦେଖନ୍ତୁ ଟିଜର୍‌

ମୁମ୍ବଇ: ତାପସୀ ପନ୍ନୁଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ସାବାସ୍‌ ମିଠୁ’ର ଟିଜର୍‌ ସୋମବାର ରିଲିଜ୍‌ ହୋଇଛି। ଏଥିରେ ତାପସୀ ପନ୍ନୁ ଭାରତୀୟ ମହିଳା କ୍ରିକେଟ୍‌ ଦଳର ଅଧିନାୟକ ମିତାଲି ରାଜ ରୂପେ ନଜର ଆସିଛନ୍ତି। ଏହି ଟିଜରରେ ମିତାଲିଙ୍କ ସଫଳତାର କିଛି ଝଲକ୍‌ ଦେଖିବାକୁ ମିଳିଛି। କ୍ରିକେଟ୍‌ ଷ୍ଟାଡିୟମରେ ଦର୍ଶକଙ୍କ ଭିଡ଼, ହୋହାଲ୍ଲା ଓ କମେଣ୍ଟ୍ରିରୁ ଟିଜର ଆରମ୍ଭ ହୋଇଛି।

ଟିଜରରେ କମେଣ୍ଟେଟର କ୍ରିକେଟରଙ୍କ ପ୍ରଶଂସା କରୁଛନ୍ତି। ଏହାପରେ ମିତାଲି ସାଜି ୩ ନମ୍ବର ଜର୍ସୀ ପିନ୍ଧି ମୈଦାନକୁ ଓହ୍ଲାଉଛନ୍ତି ତାପସୀ ପନ୍ନୁ। ବ୍ୟାଟିଂ ପାଇଁ ପ୍ରସ୍ତୁତ ତାପସୀ ପନ୍ନୁଙ୍କ ମୁହଁ ଦେଖିବାକୁ ମିଳିଛି। ଟିଜରରୁ ଜଣାପଡ଼ୁଛି ଯେ, ମିତାଲି ଚରିତ୍ରରେ କମାଲ୍‌ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ତାପସୀ।

- Advertisement -


ଶ୍ରୀଜିତ ମୁଖାର୍ଜୀଙ୍କ ଦ୍ବାରା ନିର୍ଦେଶିତ ଏହି ଚଳଚ୍ଚିତ୍ରରେ ତାପସୀଙ୍କ ସହ ଅଭିନେତା ବିଜୟ ରାଜ ମଧ୍ୟ ନଜର ଆସିବେ। ମିତାଲି ରାଜଙ୍କ କ୍ରିକେଟ୍‌ ଯାତ୍ରା ଓ ସଂଘର୍ଷ ଉପରେ ଆଧାରିତ ‘ସାବାସ୍‌ ମିଠୁ’। ୨୦୧୭ ମହିଳା କ୍ରିକେଟ୍ ବିଶ୍ୱକପରେ ମିତାଲି ଭାରତୀୟ ଦଳକୁ ଆଗକୁ ନେଇଥିଲେ। ବର୍ତମାନ ସେ ଭାରତୀୟ ମହିଳା କ୍ରିକେଟ୍ ଦଳର ଟେଷ୍ଟ ଏବଂ ଓଡିଆଇ ଅଧିନାୟକ ଅଛନ୍ତି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories