www.samajalive.in
Monday, December 8, 2025
17.1 C
Bhubaneswar

ଜି.ଉଦୟଗିରି ପୌର ନିର୍ବାଚନ – ବିଜ୍ଞାପିତ ଅଞ୍ଚଳରେ ଥିବା ସମସ୍ୟାରୁ ନେଇ ମତଦାତା ଅସନ୍ତୁଷ୍ଟ!

ଜି.ଉଦୟଗିରି– ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ୪୨ ବର୍ଷ ପୂରଣ କରି ୪୩ ବର୍ଷରେ ପାଦ ଥାପିଛି । ହେଲେ ବି ଏବେ ବି ଅନେକ ସମସ୍ୟା ଘେରରେ ରହିଛି ବିଜ୍ଞାପିତ ଅଞ୍ଚଳ । ପାନୀୟ ଜଳ ସମସ୍ୟା ଏବେ ବି ଲାଗି ରହିଛି ।

ବସଷ୍ଟାଣ୍ଡ, ଡ୍ରେନେଜ,ଉଛେଦ ବ୍ୟବସାୟୀଙ୍କୁ ଥଇଥାନ,ଯାତ୍ରୀ ବିଶ୍ରାମାଗାର,ଭେଣ୍ଡିଂ ଜୋନ,ବିଭିନ୍ନ ଛକରେ ପରିଶ୍ରାଗାରମାନଙ୍କରେ   କେବଳ ତାଳି ପକା କାମ ହେଉଥିବା ଅଭିଯୋଗ ହୋଇଛି । ଏବେ ପୌର ନିର୍ବାଚନ ଆସୁଥିବାରୁ ପ୍ରଚାର ଜୋରଦାର ଚାଲିଛି । ତେବେ ମତଦାତାମାନେ ପ୍ରତିଶ୍ରୁତି ନୁହେଁ କାମ କରିବା ପାଇଁ ପ୍ରାର୍ଥୀମାନଙ୍କୁ କହିଛନ୍ତି । ନୂଆ କରି ହୋଇଥିବା ଏନ୍‌ଏସ୍‌ସିମାନଙ୍କରେ ଅନେକ ଉନ୍ନତି ମୂଳକ କାର୍ଯ୍ୟ ହୋଇଥିବା ବେଳେ ଜି. ଉଦୟଗିରିର ସମସ୍ୟାକୁ ନେଇ ମତଦାତାମାନେ ପ୍ରଶ୍ନ କରିଛନ୍ତି । ପରିବର୍ତ୍ତନର ସ୍ୱର ଜୋର ଧରିଛି । ତେବେ ଦେଖିବାକୁ ପଡିବ କେଉଁ ପ୍ରାର୍ଥୀ ମତଦାତାଙ୍କୁ ପ୍ରଭାବିତ କରିପାରୁଛନ୍ତି ନା ମତାଦାତା ଠିକ୍‌ ପ୍ରାର୍ଥୀଙ୍କୁ ନିର୍ବାଚିତ କରୁଛନ୍ତି ।

- Advertisement -

ପାନୀୟ ଜଳ ସମସ୍ୟା ଲାଗି ରହିଛି ।  ପ୍ରାୟ କୋଟିଏ ଟଙ୍କା ବ୍ୟୟରେ ନିର୍ମିତ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେବା ,୧୨ ବର୍ଷ ହେଲା ଉଛେଦ ହୋଇଥିବା ବ୍ୟବସାୟୀଙ୍କୁ ଥଇଥାନ କରିବା, ଯାତ୍ରୀ ବିଶ୍ରାମାଗାର ଓ ପରିଶ୍ରାଗର ନିର୍ମାଣ, ଜି.ଉଦୟଗିରି କୁ ଉପଖଣ୍ଡ ମାନ୍ୟତା, ଡାକ୍ତରଖାନାରେ ଦୀର୍ଘ ଦିନ ହେଲା ଖାଲି ପଡିଥିବା ଡାକ୍ତରୀ ପଦବୀ ପୂରଣ, ଭେଣ୍ଡିଂ ଜୋନ ପ୍ରତିଷ୍ଠା ଭଳି ବିବିଧ ସମସ୍ୟା ସମାଧାନ ପାଇଁ ଦାବି ହୋଇଛି । ତେବେ ନିର୍ବାଚନରେ ପ୍ରାର୍ଥୀମାନେ ଅନେକ ପ୍ରତିଶ୍ରୁତି ଦେଉଛନ୍ତି । କେବେ ଏହି ସମସ୍ୟା ଦୂର ହେବ ତାହାହିଁ ଚଳିତ ନିର୍ବାଚନର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories