www.samajalive.in
Thursday, December 11, 2025
27.1 C
Bhubaneswar

ୟୁକ୍ରେନକୁ ସହାୟତାର ହାତ ବଢ଼ାଇଲା ୟୁଏନ୍

ନୂଆଦିଲ୍ଲୀ: ଜାରି ରହିଛି ୟୁକ୍ରେନ୍‌-ରୁଷ ଲଢ଼େଉ । ଆଜିକୁ ୨୦ ଦିନରେ ପହଞ୍ଚିଛି ଯୁଦ୍ଧ । ରୁଷ ସେନା ସହ କଡ଼ା ମୁକାବିଲା କରୁଛି ୟୁକ୍ରେନ୍‌ । ଏହାରି ଭିତରେ ୟୁକେନକୁ ୟୁଏନ୍‌ ସହାୟତା କରିବା ନେଇ ଜଣାପଡ଼ିଛି ।  ୟୁକ୍ରେନକୁ ମାନବୀୟ ସହାୟତା ବଢ଼ାଇଛି ମିଳିତ ଜାତିସଂଘ । ୪୦ ମିଲିୟନ ଡଲାର ୟୁକ୍ରେନକୁ ଦେବାକୁ ଘୋଷଣା କରିଛି ୟୁଏନ୍ । ଏହାପୂର୍ବରୁ ଆମେରିକା ମଧ୍ୟ ୟୁକ୍ରେନକୁ ସହାୟତା କରିବା ନେଇ ଘୋଷଣା କରିସାରିଛି । ଆମେରିକା ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଦେବା ସହ ଶରଣାର୍ଥୀଙ୍କୁ ଆମେରିକାରେ ପ୍ରବେଶ କରିବାକୁ ଅନୁମତି ଦେବାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି । ଖାଲି ସେତିକି ନୁ​‌ହେଁ ତାହା ସହ ଅର୍ଥ, ଖାଦ୍ୟ ଓ ଅନ୍ୟ ସହାୟତା ଦେବାକୁ ୟୁକ୍ରେନକୁ ପ୍ରତିଶ୍ରୁତି ଦେଇଛନ୍ତି ଆମେରିକା । ଏନେଇ ଆମେରିକା ରାଷ୍ଟ୍ରପତି ଟ୍ବିଟ୍‌ କରି କହିଥିବା ଦେଖିବାକୁ ମିଳିଛି ।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories