www.samajalive.in
Monday, December 8, 2025
27.1 C
Bhubaneswar

ଅନ୍ତିମ ଯାତ୍ରାରେ ବପ୍ପି ଦା…

ମୁମ୍ବଇ: ବଲିଉଡ଼ ଡିସ୍କୋ କିଙ୍ଗ୍‌ ବପ୍ପି ଲାହିରୀଙ୍କୁ ଆଜି ଅନ୍ତିମ ବିଦାୟ ଦିଆଯାଉଛି। ଶେଷ ଯାତ୍ରା ଆରମ୍ଭ ହେବା ମାତ୍ରେ ଗାୟକଙ୍କ ଝିଅ ଭୋ ଭୋ କାନ୍ଦିବାକୁ ଲାଗିଥିଲେ। ଲାହିରୀ ହାଉସରୁ ବପ୍ପି ଦା’ଙ୍କ ପାର୍ଥିବ ଶରୀରକୁ ଭିଲେ ପାର୍ଲେ ସ୍ଥିତ ପବନ ହଂସ ଶ୍ମଶାନ ଅଭିମୁଖେ ନିଆଯାଉଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମଙ୍ଗଳବାର ବିଳମ୍ବିତ ରାତିରେ ବପ୍ପି ଲାହିରୀ ଶେଷ ନିଃଶ୍ବାସ ତ୍ବାଗ କରିଥିଲେ। ପରଦିନ ଅର୍ଥାତ୍ ବୁଧବାର ତାଙ୍କର ଅନ୍ତିମ ସଂସ୍କାର କରାଯାଇ ପାରିଲା ନାହିଁ, କାରଣ ତାଙ୍କ ପୁଅ ବପ୍ପା ଲାହିରୀ ଆମେରିକାରେ ଥିଲେ ଓ ସେ ବୁଧବାର ବିଳମ୍ବିତ ରାତିରେ ମୁମ୍ବଇରେ ପହଞ୍ଚିଥିଲେ।


ବପ୍ପି ଦା’ଙ୍କ ବିୟୋଗରେ ସଙ୍ଗୀତ ଶିଳ୍ପରେ ଶୋକରେ ଛାୟା ଖେଳିଯାଇଛି। ବଲିଉଡ଼ଠାରୁ ଆରମ୍ଭ କରି ସଙ୍ଗୀତ ଜଗତର ତାରକାମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଡିସ୍କୋ କିଙ୍ଗ୍‌ଙ୍କ ଶେଷ ଦର୍ଶନ ପାଇଁ ଶକ୍ତି କପୁର, ରୂପାଲୀ ଗାଙ୍ଗୁଲୀ, ଅଲ୍‌କା ୟାଗନିକ୍‌, ଶରବାନୀ ମୁଖାର୍ଜୀ, ଇଲା ଅରୁଣ ଓ ଅନ୍ୟ କଳାକାରମାନେ ଶ୍ମଶାନ ଘାଟରେ ପହଞ୍ଚିଛନ୍ତି। ଏମାନଙ୍କ ବ୍ୟତୀତ ହଜାର ହଜାର ଲୋକ ଅନ୍ତିମ ଯାତ୍ରାରେ ସାମିଲ ହେଇଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories