ପାତ୍ରପୁର : ଚିକିଟି ସମାଜ ସମ୍ୱାଦଦାତା ଅର୍ଜୁନ ପଣ୍ଡାଙ୍କ ମାଆ ଉମାମଣି ପଣ୍ଡାଙ୍କର ରବିବାର ସକାଳେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୬ବର୍ଷ ବୟସ ହୋଇଥିଲା । ସେ ଜଣେ ପରପୋକାରୀ, ମିଷ୍ଟଭାଷୀ ଓ ଧର୍ମ ପରାୟଣ ମହିଳା ଥିଲେ । ତାଙ୍କ ର ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର ଅର୍ଜୁନ ପଣ୍ଡା, ଦୁଇ ଝିଅ ଓ ପାଞ୍ଚ ନାତି ନାତୁଣୀ ଉପସ୍ଥିତ ଥିଲେ। ନିଜ ପୈତୃକ ଗ୍ରାମ ପାତ୍ରପୁର ବ୍ଳକ ତଣ୍ଡିପୁର ପଞ୍ଚାୟତ ଡୁଙ୍ଗୁରୁଗୁଡା ହୋଇଥିବା ବେଳେ ଗତ କିଛିଦିନ ହେଲା ସେ ଅସୁସ୍ଥ ହୋଇ ଚିକିଟି ସ୍ଥିତ ବାସଭବନରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଦେହାନ୍ତ ହୋଇଛି। ତାଙ୍କ ମରଶରୀରକୁ ଚିକିଟି ବାସଭବନରେ ବହୁ ବ୍ୟକ୍ତି ଶେଷ ଦର୍ଶନ କଲାପରେ ପୁରୀ ସ୍ବର୍ଗ ଦ୍ବାର ନେଇ ଅନ୍ତିମ ସଂସ୍କାର କରାଯାଇ ଥିଲା । ତାଙ୍କ ମୃତ୍ୟୃରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଚିକିଟି ଓ ପାତ୍ରପୁର ବ୍ଳକ ବହୁ ବ୍ୟକ୍ତି ପହଞ୍ଚି ଶେଷ ଦର୍ଶନ କରିଥିଲେ । ଅଞ୍ଚଳର ସମସ୍ତ କାର୍ଯ୍ୟରତ ସାମ୍ବାଦିକ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।
Popular Categories



