www.samajalive.in
Monday, December 8, 2025
27.1 C
Bhubaneswar

ମୁମ୍ବାଇ ବୋମା ବିସ୍ଫୋରଣ ମାମଲା, ୟୁଏଇରୁ ଆବୁ ବକର ଗିରଫ

ନୂଆଦିଲ୍ଲୀ: ଭାରତୀୟ ସୁରକ୍ଷା ଏଜେନ୍ସିକୁ ବଡ଼ ସଫଳତା। ମୁମ୍ବାଇ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଆବୁ ବକରକୁ ଗିରଫ କରିଛି ଭାରତୀୟ ସୁରକ୍ଷା ଏଜେନ୍ସି । ୟୁଏଇରୁ ଆବୁ ବକରକୁ ଗିରଫ କରିବାରେ ସଫଳ ହୋଇଛି ସୁରକ୍ଷା ଏଜେନ୍ସି । ସୂଚନା ମୁତାବକ ମୁମ୍ବାଇରେ ହୋଇଥିବା ବଡ଼ ଧରଣର ବୋମା ବିସ୍ଫୋରଣରେ ଆବୁର ହାତଥିଲା । ୧୯୯୩ ମୁମ୍ବାଇ ସିରିଜ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ହେଉଛି ଆବୁ ବକର । ଆବୁ ୧୯୯୩ ମସିହାରେ ମୁମ୍ବାଇର ୧୨ଟି ସ୍ଥାନରେ ବୋମା ବିସ୍ଫୋରଣ କରିଥିଲା । ଯେଉଁ ବିସ୍ଫୋରଣରେ ୨୭୫ ଜଣଙ୍କ ମୃତ୍ୟୁ ହେବା ସହ ୭୧୩ ଜଣ ଆହତ ହୋଇଥିଲେ । ସେବେଠାରୁ ଆବୁକୁ ଖୋଜୁଥିଲା ଭାରତୀୟ ସୁରକ୍ଷାକର୍ମୀ । ଆବୁ ବକର ନାଁରେ ରେଡ୍‍ କର୍ଣ୍ଣର ନୋଟିସ ଜାରି କାରିଥିଲା ଭାରତ । ହେଲେ ବର୍ତ୍ତମାନ ଭାରତୀୟ ସୁରକ୍ଷା ଏଜେନ୍ସି ଆବୁକୁ ଧରିବାରେ ସଫଳ ହୋଇଛି । ୟୁଏଇରୁ ଆବୁ ଗିରଫ କରାଯାଇଥିବା ବେଳେ ତାକୁ ଏଜେନ୍ସି ଖୁବଶୀଘ୍ର ଭାରତକୁ ଆଣିବ ବୋଲି ସୂଚନା ଦିଆଯାଇଛି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories