www.samajalive.in
Monday, December 8, 2025
27.1 C
Bhubaneswar

ସଦଗୁରୁ ବାବା ବୈକୁଣ୍ଠନାଥଙ୍କ ୧୧୧ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର: ମାଳିକାର ପ୍ରବାଦ ପୁରୁଷ ସଦଗୁରୁ ବାବା ବୈକୁଣ୍ଠନାଥଙ୍କ ୧୧୧ତମ ଜନ୍ମଜୟନ୍ତୀ ମହୋତ୍ସବ ତାଙ୍କ ପ୍ରତିଷ୍ଠିତ ସ୍ଥାନୀୟ ଏକାମ୍ର ସତ୍ୟସେବା ଆଶ୍ରମରେ ପାଳିତ ହୋଇଯାଇଛି। ରାଜ୍ୟ ସରକାରଙ୍କର କୋଭିଡ଼ କଟକଣାକୁ ସମ୍ମାନ ଦେଇ ପରମ୍ପରା ରକ୍ଷାସୂତ୍ରରେ ଏହା ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଛି। ପୂର୍ବଦିନ ରାତ୍ରିରୁ ୧୧୧ ପ୍ରକାର ଭୋଗ ପ୍ରସ୍ତୁତିରେ ବ୍ୟସ୍ତ ଥିବା ଶିଷ୍ୟଶିଷ୍ୟାମାନେ ପ୍ରତ୍ୟୁଷରୁ ୧୧୧ ଶଙ୍ଖଧ୍ୱନି ସହିତ ପ୍ରାର୍ଥନା ସମାପ୍ତ କରି ନଗର ସଂକୀର୍ତ୍ତନରେ ଯାଇଥିଲେ। ପ୍ରତ୍ୟାବର୍ତ୍ତନାନ୍ତେ ସ୍ନାନଶୌଚ ହୋଇ ଶ୍ରୀରାମ ଚରିତ ମାନସ ପାରାୟଣ ସହିତ ହନୁମାନ ଚାଳିଶା ପାଠ କରିଥିଲେ। ପ୍ରାତଃ ଆରଡ଼ି ଅତ୍ୟନ୍ତ ମନୋଜ୍ଞ ଥିଲା। ଏହି ପରିପ୍ରେକ୍ଷୀରେ ଦୁସ୍ଥ ଶ୍ରେଣୀୟ ଲୋକମାନଙ୍କୁ କମ୍ବଳ ବଣ୍ଟ କରାଯାଇଥିଲା। ଏହାପରେ ଗୁରୁପୂଜା ଅନୁଷ୍ଠିତ ହୋଇ ୧୧୧ ପ୍ରକାରର ପ୍ରସ୍ତୃତ ବ୍ୟଞ୍ଜନ ନୈବେଦ୍ୟ ଅର୍ପଣ କରାଯାଇଥିଲା। ଗୁରୁବନ୍ଦନା, ଆରତି, ପ୍ରାର୍ଥନା ପରେ ଗୁରୁଗୀତା ପାଠ, ପୁଷ୍ପାଞ୍ଜଳି ପ୍ରଦାନ କରାଯିବା ପରେ ପ୍ରସାଦ ବିତରଣ କରାଯାଇଥିଲା।

 

- Advertisement -

ପରେ ପରେ ବୈକୁଣ୍ଠ ଭଜନର ଆସର ଜମିଥିଲା। ସନ୍ଧ୍ୟାରେ ୧୧୧ ପ୍ରଦୀପ ପ୍ରଜ୍ଜ୍ୱଳନ ସହିତ ଗୁର୍ବାଷ୍ଟକ ପାଠ, ଆରତି, ପ୍ରାର୍ଥନା, ସଦ୍ଗ୍ରନ୍ଥପାଠ, ଭଜନକୀର୍ତ୍ତନ କରାଯାଇ ଉତ୍ସବ ଉଦ୍ୟାପନ କରାଯାଇଥିଲା। ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ସୌମେନ୍ଦ୍ର ମହାପାତ୍ର, ନରେନ୍ଦ୍ର ମିଶ୍ର, ଗୌରାଙ୍ଗ ନାୟକ, ବାଳକୃଷ୍ଣ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଭକ୍ତମାନଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମକୁ ଆଶ୍ରମର ସନ୍ନ୍ୟାସୀ ବାବାଜୀ ବାଳକାନନ୍ଦ ଦାସଙ୍କ ତତ୍ତ୍ୱାବଧାନରେ ସର୍ବଶ୍ରୀ ସନ୍ତୋଷ ବାବା, ସୁରେନ୍ଦ୍ର ମହାନ୍ତି, ସନାତନ ପଣ୍ଡା, ସତ୍ୟାନନ୍ଦ ପାଣି, କମଳଲୋଚନ ସାମନ୍ତରାଏ, ମନୋରଞ୍ଜନ ମହାନ୍ତି, ଅମ୍ବିକା ଶିଶୁଗୋସ୍ୱାମୀ, ରିଭା ମହାନ୍ତି, କଲ୍ୟାଣୀ ଦାସ, ରାମଚନ୍ଦ୍ର ପାତ୍ର, ଅଦ୍ୱୈତ ପ୍ରଧାନ, ଦେବରଞ୍ଜନ ପଟ୍ଟନାୟକ, ସୁନିଲ କର, ସବିତା ସାହୁ, ରାଧାକାନ୍ତ ମହାପାତ୍ର, ପ୍ରମିଳା ମହାପାତ୍ର, ଆରତୀ ପାତ୍ର, ପ୍ରମିଳା ପ୍ରଧାନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories