www.samajalive.in
Monday, December 8, 2025
27.1 C
Bhubaneswar

ଆଇଏନଏସ୍‍ ବିଶାଖାପଟନମରୁ ବ୍ରହ୍ମୋସର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ଭାରତ ମଙ୍ଗଳବାର ଦିନ ତାହାର ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ବ୍ରହ୍ମୋସର ଭାରତୀୟ ନୌବାହିନୀର ବିଧ୍ୱଂସୀ ଜାହାଜ ଆଇଏନଏସ ବିଶାଖାପଟନମରୁ ସଫଳ ପରୀକ୍ଷଣ କରିଛି । ଦେଶର ପଶ୍ଚିମ ଉପକୂଳରେ ଏହି ପରୀକ୍ଷା କରାଯାଇଥିଲା । ସମୁଦ୍ରରୁ ସମୁଦ୍ର ବକ୍ଷର ଲକ୍ଷ୍ୟସ୍ଥଳକୁ ଭେଦ କରିପାରୁଥିବା ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଂସ୍କରଣକୁ ସର୍ବାଧିକ ଦୂରତା ପର୍ଯ୍ୟନ୍ତ ପରୀକ୍ଷା କରାଯାଇଥିଲା ଏବଂ ତାହା ସଫଳତାର ଲକ୍ଷ୍ୟଭେଦ କରିଥିଲା । ୨୦୨୦ରେ ବ୍ରହ୍ମୋସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ରର ଜାହାଜ ବିଧ୍ୱଂସୀ ସଂସ୍କରଣକୁ ସେବାନିବୃତ୍ତ ଏକ ଭାରତୀୟ ନୌସେନା ଜାହାଜକୁ ଲକ୍ଷ୍ୟକରି ପରୀକ୍ଷା କରାଯାଇଥିଲା । ଭାରତର ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏବଂ ରୁଷ ପକ୍ଷରୁ ମିଳିତ ଭାବରେ ବ୍ରହ୍ମୋସ ନାମରେ ବିକଶିତ କରାଯାଇଥିବା ଏହି କ୍ଷେପଣାସ୍ତ୍ର ଆଧୁନିକ ରଣକ୍ଷେତ୍ରରେ ଏକ ଘାତକ ସାବ୍ୟସ୍ତ ହୋଇଛି ।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories