www.samajalive.in
Monday, December 8, 2025
17.1 C
Bhubaneswar

ସଂକ୍ରମଣ ନୁହେଁ, ଭୟରେ ମାରୁଛି କରୋନା

ଚେନ୍ନାଇ: ତାମିଲନାଡୁର ମଦୁରାଇରେ ଅଭାବନୀୟ ଘଟଣା । କରୋନା ହେବାକୁ ଭୟକରି ବିଷ ପିଇଦେଲେ ମା’ ପୁଅ । ମଦୁରାଇରେ ଜଣେ ୨୩ ବର୍ଷୀୟ ଯୁବତୀ ଏବଂ ତାଙ୍କ ୩ ବର୍ଷିୟ ପୁଅ ବିଷ ଖାଇ ଜୀବନ ହାରିଥିବା କୁହାଯାଉଛି । ସବୁଠୁ ବଡ଼ କଥା ହେଉଛି ଖାଲି ମା’ ପୁଅ ନୁହେଁ ପରିବାରର ୫ଜଣ ସଦସ୍ୟ ବିଷ ପିଇଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ୩ଜଣ ଜୀବିତ ଥିବା ବେଳେ, ମା’ ଓ ପୁଅଙ୍କର ମୃତ୍ୟୁ ହୋଇଛି ।

ଗତମାସ ମୃତ ଯୁବତୀଙ୍କ ବାପାଙ୍କ କରୋନାରେ ମୃତ୍ୟୁ ହୋଇଥିଲା । ଯାହା ଫଳରେ ତାଙ୍କ ପରିବାର ଉପରେ ଖୁବ୍‍ ପ୍ରଭାବ ପଡ଼ିଥିଲା । ବାପାଙ୍କର ମୃତ୍ୟୁ ପରେ ମୃତ ଯୁବତୀ ଜଣକ ତାଙ୍କ ମା’ଙ୍କ ନିକଟରେ ରହୁଥିଲେ । ଜାନୁଆରୀ ୮ ତାରିଖରେ ଯୁବତୀଙ୍କ କରୋନା ରିପୋର୍ଟ ପଜିଟିଭ୍‍ ଆସିବା ପରେ ତାଙ୍କ ମା’ଙ୍କୁ କହିଥିଲେ । ପରିବାରର ଅନ୍ୟ ସଦସ୍ୟଙ୍କୁ କରୋନା ବ୍ୟାପିବା ଭୟରେ ବିଷ ପିଇଦେଇଥିଲେ । ଘଟଣାସମ୍ପର୍କରେ ପଡୋଶୀଙ୍କ ଠାରୁ ପୋଲିସ ସୂଚନା ପାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ବେଳକୁ ୩ବର୍ଷର ଶିଶୁ ସହ ଯୁବତୀଙ୍କ ମୃତ୍ୟୁ ହୋଇସାରିଥିଲା । ଅନ୍ୟମାନଙ୍କୁ ଗୁରୁତର ଅବସ୍ଥା୍ରେ ହସ୍ପିଟାଲରେ ଭର୍ତ୍ତି କରିଥିଲା ପୋଲିସ ।

- Advertisement -

 

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories