www.samajalive.in
Monday, December 8, 2025
27.1 C
Bhubaneswar

ବାଙ୍କୀରେ ଅବକାରୀ ଚଢାଉ: ୩ହଜାର ୨୦୦ଲିଟର ପୋଚ, ୨୫୦ଲିଟର ମଦ ଜବତ

ବାଙ୍କୀ: ବାଙ୍କୀ ଅବକାରୀ ବିଭାଗ ପକ୍ଷରୁ ବାଙ୍କୀର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୨୫୦ଲିଟର ଦେଶୀ ଚୋରା ରନ୍ଧା ମଦ ଜବତ କରାଯାଇଥିଲା। ସେହିପରି ୩ହଜାର ୨୦୦ଲିଟର ମଦ ରନ୍ଧା ପାଇଁ ମହଜୁଦ ଥିବା ପୋଚକୁ ଅବକାରୀ ବିଭାଗ ନଷ୍ଟ କରିଛି।
ସୂଚନା ଅନୁଯାୟୀ ବାଙ୍କୀ ଉପଖଣ୍ଡ ଅଧିନ ପଶାଣିଆ ଓ ବରପୁଟ୍ଟ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଚୋରାରେ ମଦ ରନ୍ଧା ଚାଲିଥିବା ଏବଂ ଏଥିପାଇଁ ପ୍ରଚୁର ପୋଚ ମହଜୁଦ ଥିବା ସୂଚନା ପାଇ ଚଢାଉ କରାଯାଇଥିଲା। ଉଭୟ ସ୍ଥାନରୁ ବ୍ୟାପକ ସାମଗ୍ରୀ ଜବତ କରାଯାଇଛି। ଅବକାରୀ ବିଭାଗ ଏହି ଘଟଣାରେ କୌଣସି ଅଭିଯୁକ୍ତକୁ ଗିରଫ କରିପାରିନଥିବା ଜଣାପଡିଛି।

 

- Advertisement -

ବରପୁଟ୍ଟ ପଶାଣିଆ ଅଞ୍ଚଳରୁ ବ୍ୟାପକ ଚୋରାମଦ କାରବାର ପାଖ ପଡୋଶୀ ଅଞ୍ଚଳକୁ ଚାଲଣ ହେଉଛି। ଏହି ଚଢାଉରେ ଅବକାରୀ ଅଧିକାରୀ ତେଲେସଫର ଲାକ୍ରା, ଉପଅଧିକାରୀ ଦୀପକ କୁମାର ସାମଲ, କନେଷ୍ଟବଳ ସଞ୍ଜୟ କୁମାର ରାଉତ, ଶଙ୍କର ସିଂ, ପୂର୍ଣ୍ଣଚନ୍ଦ୍ର ମାଝି, ବିଶ୍ୱନାଥ ସୋେରେନ ଓ ଗୀତାଞ୍ଜଳୀ ବେହେରା ପ୍ରମୁଖ ସାମିଲ ଥିଲେ। ଜିଲା ଅବକାରୀ ଅଧିକ୍ଷକଙ୍କ ନିର୍ଦେଶ କ୍ରମେ ଏହି ଚଢାଉ କରାଯାଇଥିବା ସୂଚନା ମିଳିଛି। ଆଗାମୀ ଦିନରେ ବାଙ୍କୀରେ ଚଢାଉକୁ ଯୋରଦାର କରାଯିବ ବୋଲି ଅବକାରୀ ଅଧିକାରୀ ସୂଚନା ଦେଇଛନ୍ତି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories