www.samajalive.in
Monday, December 8, 2025
17.1 C
Bhubaneswar

ବର୍ଷ ଶେଷରେ ଅମାନିଆ ଗଣିଲେ ୨୪ ଲକ୍ଷରୁ ଅଧିକ ଜରିମାନା

ଭୁବନେଶ୍ୱର: ରାଜ୍ୟରେ କୋଭିଡ ସଂକ୍ରମଣକୁ ରୋକିବା ପାଇଁ ସରକାର ଜାରି କରିଥିବା କଟକଣା ଉଲ୍ଲଂଘନ କରି ୨୦୨୧ ଡିସେମ୍ବର ୩୧ ତାରିଖ, ଅର୍ଥାତ ବର୍ଷ ଶେଷଦିନ ଅମାନିଆ ଲୋକମାନେ ୨୪ ଲକ୍ଷ ୫୯ ହଜାର ୭୦୦ ଟଙ୍କା ଜରିମାନା ଗଣିଛନ୍ତି। ଡିସେମ୍ବର ୩୧ ତାରିଖ ସକାଳୁ ୨୦୨୨ ଜାନୁଆରୀ ୧ ତାରିଖ ସକାଳ ପର୍ଯ୍ୟନ୍ତ କୋଭିଡ ନିୟମ ଉଲ୍ଲଂଘନ କରିବା କାରଣରୁ ଓଡ଼ିଶା ପୁଲିସ ୧୯ ଜଣଙ୍କୁ ଗିରଫ କରିଛି। ଏଥିସହିିତ ୮୧୫ଟି ଗାଡି ଜବତ କରାଯାଇଛି। ବର୍ତ୍ତମାନର ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜନସାଧାରଣ କୋଭିଡ ନିୟମାବଳୀ ପାଳନ କରିବା, ମାସ୍କ ପରିଧାନ, ସାମାଜିଦ ଦୂରତା ବଜାୟ ରଖିବା, ଅଯଥାରେ ଗହଳି ସୃଷ୍ଟି ନକରିବାକୁ ରାଜ୍ୟ ପୁଲିସ ପକ୍ଷରୁ ନିବେଦନ କରାଯାଇଛି। ସମ୍ମିଳିତ ପ୍ରୟାସ ଦ୍ୱାରା କୋଭିଡ୧୯ର ମୁକାବିଲା କରାଯାଇପାରିବ ବୋଲି ପୁଲିସ ବାହିନୀ ପକ୍ଷରୁ ଟ୍ୱିଟ୍‍ କରି କୁହାଯାଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories