www.samajalive.in
Monday, December 8, 2025
20.1 C
Bhubaneswar

ଓମିକ୍ରନ ଭୟ ; ଦିଲ୍ଲୀରେ ଲାଗୁ ହେଲା ଜିଆରଏପ ୟେଲୋ ଆଲର୍ଟ

ନୂଆଦିଲ୍ଲୀ : କରୋନାର ନୂତନ ପ୍ରକରଣ ଓମିକ୍ରନ ଚିନ୍ତାର କାରଣ ପାଲଟିଛି। ଓମିକ୍ରନ୍ ସମ୍ବନ୍ଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ଓମିକ୍ରନ୍ ଭାରିଆଣ୍ଟକୁ ଭୟ କରିବାର କୌଣସି ଆବଶ୍ୟକତା ନାହିଁ କିନ୍ତୁ ଅବହେଳା କରିବା ଉଚିତ୍ ନୁହେଁ। କରୋନାର ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ଆଜିଠାରୁ ଏଠାରେ ଜିଆରଏପି ଲାଗୁ କରାଯାଇଛି। ଏବେ ଠାରୁ ଦିଲ୍ଲୀରେ ଜିଆରଏପ ୟେଲୋ ଆଲର୍ଟ  ଜାରି କରାଯାଇଛି।
ଏହାର କିଛି ସମୟ ପରେ ଦିଲ୍ଲୀରେ ରାତି ୧୦ ଟାରୁ ୫ ଟା ପର୍ୟ୍ୟନ୍ତ କର୍ଫ୍ୟୁ ଲାଗୁ କରାଯାଇଛି। ଏହା ପୂର୍ବରୁ ରାତି ୧୧ ଟାରୁ କର୍ଫ୍ୟୁ ଲାଗୁ କରାଯିବ ବୋଲି କୁହାଯାଇଥିଲା। ଏହା ସହିତ ଦିଲ୍ଲୀ ମେଟ୍ରୋ, ରେଷ୍ଟୁରାଣ୍ଟ ଏବଂ ବାରଗୁଡିକ ବର୍ତ୍ତମାନ ୫୦ ପ୍ରତିଶତ କ୍ଷମତା ସହିତ କାର୍ୟ୍ୟ କରିବ । ସିନେମା ହଲ୍, ସ୍ପା, ଜିମ୍, ମଲ୍ଟିପ୍ଲେକ୍ସ, ବିବାହ ହଲ୍, ଅଡିଟୋରିୟମ୍ ଏବଂ ସ୍ପୋର୍ଟସ୍ କମ୍ପ୍ଲେକ୍ସ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।
କେଜ୍ରିୱାଲ କହିଛନ୍ତି , ଓମିକ୍ରନ୍ ବିଷୟରେ ଏପର୍ୟ୍ୟନ୍ତ ସାମ୍ନାକୁ ଆସିଥିବା ସବୁଠୁ ବଡ କଥା ହେଉଛି ଏହାର ଲକ୍ଷଣ ଅତ୍ୟନ୍ତ ସାମାନ୍ୟ (ହାଲକା), ତେଣୁ ଭୟଭୀତ ହେବାର ଆବଶ୍ୟକତା ନାହିଁ । କାହାକୁ ଡାକ୍ତରଖାନା ଦରକାର ପଡିନାହିଁ, ଅମ୍ଳଜାନର ମଧ୍ୟ ଆବଶ୍ୟକତା ଏଯାଏଁ ହୋଇ ନାହିଁ । ମାତ୍ର ଆଦୌ ଅବହେଳା କରିବା ଉଚିତ ନୁହେଁ। ଘରୁ ବାହାରିବା ପୂର୍ବରୁ ମାସ୍କ ପିନ୍ଧନ୍ତୁ । ସରକାର ମଧ୍ୟ ପୂର୍ବ ଅପେକ୍ଷା ୧୦ ଗୁଣ ଅଧିକ ପ୍ରସ୍ତୁତ ରହିଛନ୍ତି। ବହୁ ସମୟରେ ବଜାର ଅଧିକ ଭିଡ ରହୁଛି। ଏହାଦ୍ୱାରା କରୋନା ବୃଦ୍ଧିର ସମ୍ଭାବନା ଅଧିକ। ତେଣୁ ସର୍ବସାଧାରଣ ସ୍ଥାନ ଗୁଡିକରେ ଭିଡ ନକରିବା ସହ ମାସ୍କ ପିନ୍ଧନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ପୂର୍ବରୁ ପ୍ରସ୍ତୁତ ହୋଇଥିବା ନିୟମାବଳୀ ଅନୁଯାୟୀ, ଆଜିଠାରୁ କିଛି ଜିନିଷ ଉପରେ ପ୍ରତିବନ୍ଧକ ଲଗାଯାଉଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଯେଉଁମାନେ ଓମିକ୍ରନ୍ ଦ୍ୱାରା ପ୍ରଭାବିତ ହେଉଛନ୍ତି ସେମାନେ ଘରେ ସୁସ୍ଥ ହେଉଛନ୍ତି । ଭୟ କରିବାର କୌଣସି ଆବଶ୍ୟକତା ନାହିଁ। କରୋନାର ସମସ୍ତ ନିୟମ ପାଳନ କରନ୍ତୁ।

 

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories