www.samajalive.in
Thursday, December 11, 2025
27.1 C
Bhubaneswar

ପୁରୀ ଜିଲାର ପ୍ରଥମ ମିଶନ ଶକ୍ତି କାଫେ ଲୋକାର୍ପିତ

ପିପିଲି:ପୁରୀ ଜିଲାର ପ୍ରଥମ ମିଶନ ଶକ୍ତି କାଫେ ପିପିଲି ବ୍ଳକ କଲୋନୀ ପରିସରରେ ଶୁକ୍ରବାର ଉଦ୍‍ଘାଟିତ ହୋଇଯାଇଛି। ଏହାକୁ ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥୀ ଆନୁଷ୍ଠାନିକ ଭାବେ ଲୋକାର୍ପଣ କରିଥିଲେ। ଏହି ଉଦ୍‍ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପିପିଲି ବିଡିଓ ରଶ୍ମିତା ନାଥ, ବ୍ଲକ ଅଧ୍ୟକ୍ଷା କଳ୍ପନା ସାମନ୍ତରାୟ, ଉପାଧ୍ୟକ୍ଷ ଯୁଧିଷ୍ଠୀର ସ୍ୱାଇଁ, ବ୍ଳକର ସହକାରୀ ଯନ୍ତ୍ରୀ ବସନ୍ତ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ପିପିଲି ପଞ୍ଚାୟତ ସମିତି ପକ୍ଷରୁ ନିର୍ମିତ ଏହି ମିଶନ ଶକ୍ତି କାଫେର ପରିଚାଳନା ଦାୟିତ୍ୱ ପିପିଲି ଏନ୍‍ଏସିର ମାତୃଶକ୍ତି ଏସ୍‍ଏଚ୍‍ଜିକୁ ପ୍ରଦାନ କରାଯାଇଛି। ପ୍ରତ୍ୟେକ ସରକାରୀ କାର୍ଯ୍ୟଦିବସରେ ଏଠାରେ ସ୍ୱାସ୍ଥ୍ୟ ଉପଯୋଗୀ ଘରୋଇ ଖାଦ୍ୟ ପ୍ରସ୍ତୁତ କରାଯାଇ ଗ୍ରାହକଙ୍କୁ ବିକ୍ରୟ କରାଯିବ। ଆମିଷ ଭୋଜନର ମୂଲ୍ୟ ୮୦ ଟଙ୍କା ଓ ନିରାମିଷ ଭୋଜନର ମୂଲ୍ୟ ୬୦ ଟଙ୍କା ଦରଧାର୍ଯ୍ୟ କରାଯାଇଥିବା ବେଳେ ସକାଳ ଓ ଅପରାହ୍ନର ଜଳଖିଆ ଦର ମାତ୍ର ୨୦ ଟଙ୍କା ରଖାଯାଇଥିବା ସୂଚନା ମିଳିଛି।

 

- Advertisement -

ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନଙ୍କ ଦ୍ୱାରା ସଂପୂର୍ଣ୍ଣ ଘରୋଇ ପଦ୍ଧତିରେ ପ୍ରସ୍ତୁତ ଖାଣ୍ଟି ଓଡିଆ ରନ୍ଧାଖାଦ୍ୟ ଏଠାରେ ସୁଲଭ ମୂଲ୍ୟରେ ସମସ୍ତଙ୍କ ପାଇଁ ଉପଲବ୍ଧ ରହିବ। ବିଶେଷ କରି ପିପିଲି ବ୍ଲକ, ପିପିଲି ତହସିଲ ଓ ସିଡିପିଓଙ୍କ କାର୍ଯ୍ୟାଳୟର କର୍ମଚାରୀ ଓ ସେଠାକୁ ଦୂରଦୂରାନ୍ତରୁ ଆସୁଥିବା ଲୋକେ ଏହା ଦ୍ୱାରା ବିଶେଷ ଭାବେ ଉପକୃତ ହେବେ। ଏହା ଦ୍ୱାରା ମହିଳାଙ୍କ ସାମାଜିକ ଓ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବା ସହ ସେମାନେ ସ୍ୱାବଲମ୍ବି ହୋଇପାରିବେ ବୋଲି ବିଡିଓ ଶ୍ରୀମତୀ ନାଥ ପ୍ରକାଶ କରିଛନ୍ତି। ବ୍ଲକ ପ୍ରଶାସନ ପକ୍ଷରୁ ଏଠାରେ ନିୟମିତ ଭାବେ ଖାଦ୍ୟର ମାନ ଓ ଗୁଣର ଯାଞ୍ଚ କରାଯିବ ବୋଲି ବିଡିଓ ସୂଚନା ଦେଇଛନ୍ତି। ଏହି ଲୋକାର୍ପଣ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ମାତୃଶକ୍ତି ଏସ୍‍ଏଚ୍‍ଜି ର ସଭାନେତ୍ରୀ ସୁମିତ୍ରା ପତି, ସଂପାଦିକା ସସ୍ମିତା ପଟ୍ଟନାୟକ, ବ୍ଳକ ବିଜେଡି ସଭାପତି ପ୍ରଫୁଲ୍ଲ ସ୍ୱାଇଁ, ବ୍ଳକ ଆତ୍ମା କମିଟିର ଅଧ୍ୟକ୍ଷ ଧରଣୀଧର ସାହୁ, ଜିଲା ଯୁବ ବିଜେଡି ସଭାପତି ନାରାୟଣ ସ୍ୱାଇଁ, ଜିଲା ବିଜେଡି ସାଧାରଣ ସଂପାଦକ କିଶୋର ଛୋଟରାୟ, ଯୁବନେତା ଆର୍ତ୍ତବନ୍ଧୁ ସାମନ୍ତରାୟ, ଲିଙ୍କନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories