www.samajalive.in
Monday, December 8, 2025
20.1 C
Bhubaneswar

ଅବକାରୀ ବିଭାଗ ଚଢାଉ ; ୭୫ ଲିଟର ମହୁଲୀ ସହ ୩ ଗିରଫ

ତେଲକୋଇ: ତେଲକୋଇ ଅବକାରୀ ଥାନା ପକ୍ଷରୁ ଚଢାଉ କରାଯାଇ ଗୁରୁବାର ବିପୁଳ ପରିମାଣର ମହୁଲୀ ମଦ ଜବତ କରାଯାଇଥିବା ବେଳେ ମହୁଲୀ ମଦ ଏବଂ ପୋଚ ନଷ୍ଟ କରାଯାଇଛି। ତେଲକୋଇ ଥାନା ଅନ୍ତର୍ଗତ ସଲେଇକେନା ପଞ୍ଚାୟତ ର ବିଭିନ୍ନ ସ୍ଥାନ ରେ ଚଢାଉ କରି ୭୫ ଲିଟର ମହୁଲୀ ମଦ ସହିତ ତିନି ଜଣଙ୍କୁ ଗିରଫ କରାଯାଇ ନ୍ୟାୟାଳୟ କୁ ଚାଲାଣ କରିଥିବା ବେଳେ ସଲେଇକେନା ନାଳ ରେ ୫୦ ଲିଟର ମହୁଲୀ ମଦ ଏବଂ ୧୨୦୦ କେଜି ମହୁଲ ପୋଚ ନଷ୍ଟ କରିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ ସଲେଇକନାର ସୁଜିତ ନାୟକ (୩୨) ଙ୍କ ଠାରୁ ୨୫ ଲିଟର ମହୁଲୀ ମଦ ଜବତ କରାଯାଇ ମାମଲା ନମ୍ବର ୧୦୨/୨୦୨୧-୨୨, ସଲେଇକନାର ସୁନା ମୁଣ୍ଡା (୬୪) ଙ୍କ ଠାରୁ ୩୦ ଲିଟର ମହୁଲୀ ମଦ ଜବତ କରାଯାଇଛି। ମାମଲା ନମ୍ବର ୧୦୩/୨୦୨୧-୨୨ ଏବଂ ରୁଗୁଡିର ବୁଧୁରାମ ମୁଣ୍ଡା (୪୫) ଙ୍କ ଠାରୁ ୨୦ ଲିଟର ମହୁଲୀ ମଦ ଜବତ କରାଯାଇଛି। ମାମଲା ନମ୍ବର ୧୦୪/୨୦୨୧-୨୨ ରେ ନ୍ୟାୟାଳୟକୁ ଚାଲାଣ କରିଛନ୍ତି। ଏହା ସହିତ ସଲେଇକନା ନାଳ ନିକଟରେ ୫୦ ଲିଟର ମହୁଲୀ ଓ ୧୨୦୦ କେଜି ମହୁଲ ପୋଚ ନଷ୍ଟ କରାଯାଇଛି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories