www.samajalive.in
Monday, December 8, 2025
27.1 C
Bhubaneswar

ଵିଧାୟକଙ୍କ ଦ୍ବାରା ବିଭିନ୍ନପ୍ରକଳ୍ପ ଉଦ୍ଘାଟିତ

ରାମନାଗୁଡା :  ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକରେ ନିର୍ମିତ ବିଭିନ୍ନ ପ୍ରକଳ୍ପ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗଙ୍କ ଦ୍ଵାରା  ଉଦଘାଟିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧିର ଦାଶ ,ବିଜେଡି ଜିଲ୍ଲା ସମ୍ପାଦକ ଗଗନ ବିହାରୀ ଆଚାର୍ୟ୍ୟ ,ସମ୍ମାନିତ ଅତିଥି ରୂପେ ବ୍ଲକ ଅଧ୍ୟକ୍ଷା ରଜନୀ ମାଣ୍ଡାଙ୍ଗି, ଉପାଧ୍ୟକ୍ଷ ସୂର୍ୟ୍ୟରାଓ କୁମ୍ବ୍ରିକା ପାରୀକ୍ଷିତି ସରପଞ୍ଚ ଗାୟତ୍ରୀ ମାଣ୍ଡାଙ୍ଗି, ପ୍ରମୁଖ ଅତିଥି ରୂପେ ଯୋଗଦେଇ ଏହାର ଉଦଘାଟନ କରିଥିଲେ।

ରାମନାଗୁଡା ବ୍ଲକ କୁଜେନ୍ଦ୍ରୀ ଠାରେ ନବନିର୍ମିତ କଲ୍ୟାଣ ମଣ୍ଡପ, ବିଶ୍ରାମ ଗୃହ,ବାଙ୍ଗିଛକ ନିକଟରେ ଯାତ୍ରୀ ବିଶ୍ରାମ ଗୃହ,ରାମନାଗୁଡା ପ୍ରସ୍ତାବିତ ବସଷ୍ଟାଣ୍ଡ ଠାରେ ବିଶ୍ରାମ ଗୃହ ଓ ଦୋକାନ ଗୃହ ଓ ଗୋଗୁପଡୁ ଠାରେ ପାନୀୟ ଜଳଯୋଗାଣ ପ୍ରକଳ୍ପ ଶୁଭ ଉଦଘାଟନ ଅତିଥି ଙ୍କ ଦ୍ଵାରା କରାଯାଇଥିଲା। ଉକ୍ତ ଉଦଘାଟିତ କାର୍ୟ୍ୟକ୍ରମରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟଙ୍କ ସମେତ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦାମୋଦର କୈବର୍ତ୍ତ ,ଜଗଦୀଶ ନାୟକ ବେହେରା, ଅମିତ ମହାରଣା, ସଞ୍ଜୟ ପ୍ରଧାନ, କୋମଳ ମୁଟିକାଙ୍କ ସହ ସମସ୍ତ ବିଜେଡି କର୍ମୀ ଉପସ୍ଥିତ ଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories