www.samajalive.in
Monday, December 8, 2025
20.1 C
Bhubaneswar

ରାଜ୍ୟରେ ଚିହ୍ନଟ ହେଲେ ଆଉ ୨୧୮ ନୂଆ କରୋନା ଆକ୍ରାନ୍ତ ; ୨ ମୃତ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନେ ବୃଦ୍ଧି ହେଲେ ଦିନେ ହ୍ରାସ ହେଉଥିବା ଦେଖାଯାଉଛି। ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୨୧୮ ନୂଆ ସଂକ୍ରମିତ। ସେମାନଙ୍କ ମଧ୍ୟରୁ ଶୂନ୍ୟରୁ ୧୮ ବର୍ଷ ମଧ୍ୟରେ ୨୮, ସଙ୍ଗରୋଧରୁ ୧୨୭, ସ୍ଥାନୀୟ ୯୧। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୫୨,୧୪୫ରେ ପହଞ୍ଚିଛି। ଆରୋଗ୍ୟଙ୍କ ସଂଖ୍ୟା ୧୦,୪୧, ୭୨୮ ବୃଦ୍ଧି ପାଇଛି। ୧,୯୨୫ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

- Advertisement -


୧୯ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୨, ବାଲେଶ୍ୱର ୧, ଭଦ୍ରକ ୧, କଟକ ୧୫, ଦେଓଗଡ ୨, ଗଞ୍ଜାମ ୫୭, ଜଗତସିଂହପୁର ୨, ଯାଜପୁର ୪, ଝାରସୁଗୁଡା ୧, କଳାହାଣ୍ଡି ୨, କେନ୍ଦ୍ରାପଡା ୩, ଖୋର୍ଦ୍ଧା ୧୧୭, କୋରାପୁଟ ୧, ମୟୁରଭଞ୍ଜ ୭, ନୟାଗଡ ୨, ପୁରୀ ୩, ରାୟଗଡା ୧, ସମ୍ବଲପୁର ୭, ସୁନ୍ଦରଗଡ ୧୪ ,ଷ୍ଟେଟ ପୁଲରୁ ୨୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିପରି ରାଜ୍ୟରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକମାନେ ଖୋର୍ଦ୍ଧା ଓ କେନ୍ଦୁଝର ଜିଲାର। ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୪୩୯ରେ ପହଞ୍ଚିଛି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories