www.samajalive.in
Monday, December 8, 2025
20.1 C
Bhubaneswar

ଦିଲ୍ଲୀରେ ଓମିକ୍ରନର ଆଉ ୪ ମାମଲା ; ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪୫

ନୂଆଦିଲ୍ଲୀ : ଦେଶରେ କରୋନାର ନୂଆ ଭାରିଆଣ୍ଟ ଚିନ୍ତାର କାରଣ ପାଲଟିଛି। ଭାରତରେ ମୋଟ ଓମିକ୍ରନ୍ ସଂକ୍ରମିତ ସଂଖ୍ୟା ବର୍ତ୍ତମାନ ୪୫ କୁ ବୃଦ୍ଧି ପାଇଛି। ପୂର୍ବ ପରି ମହାରାଷ୍ଟ୍ରରେ ସର୍ବାଧିକ ସଂଖ୍ୟକ ସଂକ୍ରମଣ ଦେଖାଯାଉଛି। ଦ୍ୱିତୀୟ ପ୍ରଭାବିତ ରାଜ୍ୟ ହେଉଛି ରାଜସ୍ଥାନ। ସ୍ୱାସ୍ଥ୍ୟ ବିଭାଗ ଲୋକଙ୍କୁ ସତର୍କ ରହିବାକୁ ଏବଂ କରୋନା ଗାଇଡଲାଇନକୁ ଅନୁସରଣ କରିବାକୁ କହିଛି। ଏହା ବ୍ୟତୀତ କେନ୍ଦ୍ର ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ କହିଛି।
ଆଜି ରାଜଧାନୀ ଦିଲ୍ଲୀରେ ଓମିକ୍ରନର ଚାରିଟି ନୂଆ ମାମଲା ସାମ୍ନାକୁ ଆସିଛି। ଏହି କାରଣରୁ ସଂକ୍ରମିତ ଲୋକଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ୬ଟି ମାମଲା ମଧ୍ୟରୁ ଜଣେ ରୋଗୀଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ବର୍ତ୍ତମାନ ୩୫ ଜଣ କରୋନା ରୋଗୀ ଏବଂ ୩ ସନ୍ଦିଗ୍ଧ ମାମଲା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନ ଏହି ସୂଚନା ଦେଇଛନ୍ତି।
ମହାରାଷ୍ଟ୍ରରେ ଓମିକ୍ରନ୍ ଭାରିଆଣ୍ଟରେ ଆଉ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୨ ଜଣ ଦୁବାଇରୁ ଫେରିଛନ୍ତି। ଏଥି ସହିତ ଦକ୍ଷିଣ ଆଫ୍ରିକାରୁ ଗୁଜୁରାଟକୁ ଫେରିଥିବା ବ୍ୟକ୍ତିଙ୍କଠାରେ ଓମିକ୍ରନ୍ ସଂକ୍ରମଣ ମଧ୍ୟ ନିଶ୍ଚିତ ହୋଇଛି।
ଦେଶରେ ସଂକ୍ରମିତ ମୋଟ ଓମିକ୍ରନ୍ ସଂଖ୍ୟା ୪୫କୁ ପହଞ୍ଚିଛି। ଯେଉଁଥିରେ ମହାରାଷ୍ଟ୍ର (୨୦), ରାଜସ୍ଥାନ (୯), କର୍ଣ୍ଣାଟକ (୩), ଗୁଜୁରାଟ (୪), କେରଳ (୧), ଆନ୍ଧ୍ରପ୍ରଦେଶ (୧), ଦିଲ୍ଲୀ (୬) ଏବଂ ଚଣ୍ଡିଗଡ଼ (୧) ।

 

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories