www.samajalive.in
Monday, December 8, 2025
27.1 C
Bhubaneswar

ଆବାସ ଯୋଜନାରେ ଉପକୃତ ହୋଇପାରୁନାହାନ୍ତି ଗରିବ ଲୋକ

ବେଗୁନିଆ : ଆବାସ ଖଣ୍ଡିଏ ପାଇବା ପାଇଁ ବେଗୁନିଆ ବ୍ଲକ କାର୍ଯ୍ୟାଳୟକୁ ଧାଇଁ ଧାଇଁ ନୟାନ୍ତ ହେଲେଣି । ରାଜନେତାଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କୁ ଢେର ନେହୁରା ହେଲେଣି । ତଥାପି ସରକାରଙ୍କ ଆବାସ ଯୋଜନାରେ ଘର ଖଣ୍ଡେ ମିଳୁନି । ସ୍ୱଚ୍ଛଳ ବ୍ୟକ୍ତିମାନେ ସରକାରଙ୍କର ଆବାସ ଯୋଜନାକୁ କରାୟତ କରି ଦୁଇ ମହଲା ଘର କରୁଥିବାବେଳେ ପ୍ରକୃତ ହିତାଧିକାରୀ ଏଥିରୁ ବଞ୍ଚିତ ହୋଇ ଜରି ପାଲ ଘେରା କୁଡ଼ିଆରେ ପଡିରହିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ବେଗୁନିଆ ବ୍ଲକ ସିକୋ ଗ୍ରାମର ରାଜ ପଢ଼ିଆଳିଙ୍କ କ୍ଷେତ୍ରରେ। ସେ ଜଣେ ଗରୀବ ନିଃସହାୟ ବ୍ୟକ୍ତି । ସେ ପ୍ରତିଦିନ ମୂଲ ଲାଗି କୁଟୁମ୍ବ ପୋଷିଥାନ୍ତି ।
ସରପଞ୍ଚଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ  ସ୍ତରରେ ସମସ୍ତଙ୍କ ନିକଟକୁ ଧାଇଁ ଧାଇଁ ନୟାନ୍ତ ହେଲେଣି । ଆବାସ ଯୋଜନା କିନ୍ତୁ ତାଙ୍କ ପାଇଁ ସ୍ୱପ ହୋଇ ରହିଯାଇଛି । ସେ ଏକ ମାଟି କୁଡ଼ିଆ ଘରେ ଜୀବନକୁ ବାଜି ଲଗାଇ ନିଜ ସ୍ତ୍ରୀ ଏବଂ ପିଲାଙ୍କୁ ନେଇ ପଡିରହିଛନ୍ତି । ମଜୁରୀ ଲାଗି ସେ ନିଜ ପରିବାର ଚଳ।ନ୍ତି ।ଯେଉଁଦିନ କାମ ନମିଳେ ସେଦିନ ସମସ୍ତେ ଉପବାସରେ ରୁହନ୍ତି । ପ୍ରତେକ ଦିନ କାମ ମିଳୁ ନଥିବାରୁ ଏବଂ ଅର୍ଥ ଅଭାବରୁ ମାଟିକୁଡ଼ିଆ ଘରଟିକୁ ମରାମତି କରିବା ତାଙ୍କ ପକ୍ଷେ ସମ୍ଭବପର  ହୋଇପାରୁନାହିଁ। ବର୍ଷାଦିନେ ଘର ଭିତରେ ପାଣି ପଶିବା ସହିତ ସରୀସୃପ ମାନେ ମଧ୍ୟ ପ୍ରବେଶ କରିଥାନ୍ତି । ଦାରିଦ୍ର୍ୟ ସୀମାରେଖା ତଳେ ବସ ବାସ କରୁଥିବା ଲୋକମାନଙ୍କୁ ଆବାସ ଯୋଜନାରେ ଗୃହ ଏବଂ ରାଜ୍ୟସରକାର ବିଜୁ ପକ୍କାଘର ଯୋଜନା କାର୍ଯ୍ୟକାରୀ କରିଛନ୍ତି । କିନ୍ତୁ ପ୍ରଶାସନିକ ଉଦାସୀନତା ଯୋଗୁଁ ତାହା ପ୍ରକୃତ ହିତାଧିକାରୀଙ୍କ ନିକଟରେ ପଂହଁଚି ପାରୁନାହିଁ । ଏଥିପାଇଁ ପ୍ରଶାସନିକ ଅଧିକାରୀମାନେ ସମ୍ପୂର୍ଣ ଦାୟୀ ବୋଲି ଅଭିଯୋଗ ହେଉଛି ।

Hot this week

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

Related Articles

Popular Categories