www.samajalive.in
Monday, December 8, 2025
27.1 C
Bhubaneswar

ଜାତୀୟ ସବ୍‍ଜୁନିୟର ଓ କ୍ୟାଡେଟ୍‍ ଅସୀଚାଳନା ଚମ୍ପିଆନ୍‍ସିପ ଆଜିଠାରୁ; ଓଡ଼ିଶା ଦଳ ଘୋଷଣା

କଟକ: ବୁଧବାରଠାରୁ କଟକର ଜବାହରଲାଲ ଇନ୍‍ଡୋର ଷ୍ଟାଡିୟମ୍‍ରେ ଆରମ୍ଭହେବ ୧୫ତମ ଜାତୀୟ ସବ୍‍ଜୁନିୟର ଓ କ୍ୟାଡେଟ୍‍ ଅସୀଚାଳନା (ଫେନ୍‍ସିଂ) ଚମ୍ପିଆନ୍‍ସିପ। ଓଡ଼ିଶା ରାଜ୍ୟ ଫେନ୍‍ସିଂ ଆସୋସିଏସନ୍‍ ଆନୁକୂଲ୍ୟରେ ଆୟୋଜନ ହେବାକୁ ଥିବା ଏହି ଚମ୍ପିଆନ୍‍ସିପ୍‍ ୧୬ ପର୍ଯ୍ୟନ୍ତ ଚାଲିବ। ଏହି ଚମ୍ପିଆନ୍‍ସିପ୍‍ ପାଇଁ ଓଡ଼ିଶାର ସବ୍‍ଜୁନିୟର ଓ କ୍ୟାଡେଟ୍‍ ବାଳକ ଓ ବାଳିକା ଦଳ ଆସୋସିଏନ୍‍ ଘୋଷଣା କରିଛି। ଖେଳାଳି ହେଲେ-
କ୍ୟାଡେଟ୍‍ ବାଳକ- ଫଏଲ୍‍- ଶୁଭମ୍‍ ସାହୁ, ନିହାର ରଞ୍ଜନ ସାହୁ, ମାନଭଞ୍ଜନ ନାୟକ, ଚନ୍ଦ୍ରଭାନୁ ମେହେର; ଏପି- ମିତେଶ ରଞ୍ଜନ ମେହେର, ଦୀପକ କୁମାର ରଣା, ରୋଶନ ସାହୁ ଓ ସିପୁନ୍‍ ରାଉତ; ସାବ୍‍ରେ- ଲିଙ୍କନ କୁମାର ସାହୁ, ଅମିତ ସାହୁ, ସନ୍ଦେଶ ଖମାରି ଓ ଶୁଭମ୍‍ ସାହୁ। କ୍ୟାଡେଟ୍‍ ବାଳିକା- ଫଏଲ୍‍- ସୃଷ୍ଟିଶିଖା ବେହେରା, ଅନ୍ୱେଷା ରାଉତ, ମନିଷା ମେହେର ଓ ନିବେଦିତା ମେହେର; ଏପି- ପଲ୍ଲବୀ ମେହେର, ପ୍ରଜ୍ଞା ପାରମିତା ପଟେଲ, ତୃଷ୍ଣାମୟୀ ସିଂହଦେଓ ଓ ତିତୀକ୍ଷା ମେହେର; ସାବ୍‍ରେ- ପୂଜାରାଣୀ ବରିହା, ରୁକୁଣୀ କୁମ୍ବାର, ସୌଦାମିନୀ କାଣ୍ଡି ଓ ସୁଶ୍ରୀତା ଗରୁଡ଼। ସବ୍‍ଜୁନିୟର ବାଳକ- ଫଏଲ୍‍- ଚନ୍ଦ୍ରଭାନୁ ମେହେର, ସାହିଲ ସେଲ୍‍ମା, ସନ୍ଦେଶ ଖମାରି; ଏପି- ଇଞ୍ଜୁନ କୁମ୍ଭାର, ସିପୁନ ରାଉତ ଓ ଶୁଭମ୍‍ ସାହୁ; ସାବ୍‍ରେ- ସନ୍ଦେଶ କୁମାରୀ, ଶୁଭମ୍‍ ସାହୁ ଓ ରାଜଗୋପାଳ ବେହେରା। ସବ୍‍ଜୁନିୟର ବାଳିକା- ଫଏଲ୍‍- ମନୀଷା ମେହେର, ନିବେଦିତା ମେହେର ଓ ସୁଭଦ୍ରା ବେହେରା; ଏପି- ସୁଭଦ୍ରା ବେହେରା, ସୀମାଞ୍ଜଳି ରଣା ଓ ମନୀଷା ମେହେର; ସାବ୍‍ରେ- ଜ୍ୟୋତିକା ସେଠ୍‍, ସୀମାଞ୍ଜଳି ରଣା ଓ ସୁଭଦ୍ରା ବେହେରା।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories