www.samajalive.in
Monday, December 8, 2025
27.1 C
Bhubaneswar

ଅଭିଷେକ କହିଲେ ତାଙ୍କ କଷ୍ଟ ଦିନର କାହାଣୀ – ଖାଇବାକୁ ଟଙ୍କା ନଥିବାରୁ କର୍ମଚାରୀଙ୍କ ଠାରୁ ଅମିତାଭ ନେଇଥିଲେ ଉଧାର

ମୁମ୍ବଇ – ବେଳେ ବେଳେ ବଡ ଲୋକଙ୍କ ଜୀବନରେ ବି ଏମିତି ଘଟିଥାଏ । ଅମିତାଭ ବଚ୍ଚନଙ୍କ ଜୀବନରେ ମଧ୍ୟ ଟଙ୍କାର ଅଭାବ ଦେଖାଦେଇଥିଲା । ଏହି କାରଣ ଯୋଗୁଁ ସେ ବୋଷ୍ଟନରେ ଅଭିନୟର ପାଠପଢା ଛାଡି ଭାରତ ଚାଲି ଆସିଥିଲେ । ଏହି ଆର୍ଥିକ ସଙ୍କଟ ସମୟରେ ଅଭିଷେକ ନିଜ ପିତାଙ୍କ ସହ ରହିବା ପାଇଁ ଭାରତ ଚାଲି ଆସିଥିଲେ ।

 

- Advertisement -

ଅଭିଷେକ ଭାରତକୁ ଫେରିବା ପୂର୍ବରୁ ପିତା ଅମିତାଙ୍କ ସହ ଫୋନ୍‌ରେ କଥାବାର୍ତ୍ତା ହୋଇଥିଲେ । ସେ ଅଭିଷେକଙ୍କୁ ଭାରତ ଆସିବା ପୂର୍ବରୁ ନିଜର ହିନ୍ଦୀକୁ ମାର୍ଜିତ କରିବା ପାଇଁ କହିଥିଲେ । ଏହାପରେ ୨୦୦୦ ମସିହାରେ ଅଭିଷେକ ଜେପି ଦତ୍ତାଙ୍କ ରିଫ୍ୟୁଜି ସିନେମାରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ।

ସେ ବୋଷ୍ଟନରେ ପାଠ ପଢିବା ବେଳେ ଅମିତାଭଙ୍କ ଆର୍ଥିକ ଅବସ୍ଥା ଏପରି ହୋଇଥିଲା ଯେ ଘର ଲୋକଙ୍କ ଖାଇବା ପାଇଁ ଟଙ୍କା ନଥିଲା । ସେହି ସମୟରେ ସେ ଅମିତାଭଙ୍କୁ ସାହାଯ୍ୟ କରିବା ପାଇଁ ଭାରତ ଚାଲି ଆସିଥିଲେ । ବେଳେ ବେଳେ ତାଙ୍କ ଘରେ କାମ କରୁଥିବା କିଛି କର୍ମଚାରୀଙ୍କ ଠାରୁ ଖାଇବା କିଣିବା ପାଇଁ ଟଙ୍କା ମାଗିଥିବା କଥା ଅଭିଷେକ କହିଛନ୍ତି । ରନବୀରଙ୍କ ଏକ ପୋଡକାଷ୍ଟରେ ସେ ଏହି କଥା ପ୍ରକାଶ କରିଛନ୍ତି । ଏହି ସମୟରେ ସେ ନିଜ ପିତାଙ୍କ କଲ୍‌ କରିବା ସହ ଅସୁବିଧା ସମୟରେ ତାଙ୍କ ସହ ରହିବା ପାଇଁ କହିଥିଲେ ।

ଏହି ସମୟରେ ଅଭିଷେକଙ୍କ କଥା ଅମିତାଭ ଙ୍କ ହୃଦୟକୁ ଛୁଇଁ ଥିଲା । ସେ ତାଙ୍କର ହିନ୍ଦୀ ଠିକ୍‌ କରିବାକୁ କହିଥିଲେ । ଏହାପରେ ଅଭିଷେକ ଭାରତ ଫେରି ଆସିଥିଲେ । କିଛିଦିନ ତଳେ କେବିସିରେ ଅମିତାଭ ତାଙ୍କ ନିକଟରେ କାମ ନଥିବାରୁ କେବିସିରେ ଉପସ୍ଥାପକ ବା ହୋଷ୍ଟ ହିସାବରେ ଯୋଗ ଦେଇଥିବା କଥା କହିଥିଲେ । ମାତ୍ର କେବିସି ପୁଣି ତାଙ୍କ ଜୀବନର ଗତି ପଥ ବଦଳାଇ ଦେଇଥିଲା । ଏହାପରେ ତାଙ୍କୁ ପୁଣି କାମ ମିଳିଥିଲା ବୋଲି ଅମିତାଭ କହିଛନ୍ତି ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories