www.samajalive.in
Monday, December 8, 2025
20.1 C
Bhubaneswar

ଭଦ୍ରକରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର 

ଭଦ୍ରକ : ଭଦ୍ରକ ଜିଲ୍ଲାର ବରପଦା ନିକଟରେ ଏନକାଉଣ୍ଟର ହୋଇଥିବା ନେଇ ବୁଧବାର ଖବର ମିଳିଛି। ଦୁଇ ଜଣ ଅପରାଧୀଙ୍କୁ ଗ୍ରାମାଞ୍ଚଳ ଥାନା ବରପଦା ନିକଟରେ  ଭଦ୍ରକ ପୁଲିସ ଏନକାଉଣ୍ଟର କରିଛି । ସେମାନଙ୍କ ନିକଟରୁ ମାରଣାସ୍ତ୍ର ମଧ୍ୟ ଜବତ ହୋଇଛି । ପୁଲିସକୁ ପାଲଟା ଆକ୍ରମଣ ହୋଇଥିବା ସୂଚନା ମିଳିଛି । ତେବେ ଅପରାଧୀଙ୍କ ପ୍ରତି ଆକ୍ରମଣରେ ଗ୍ରାମାଞ୍ଚଳ ଥାନା ଅଧିକାରୀ ଙ୍କ ସହ କେତେକ ପୁଲିସ କର୍ମୀ ଆହତ ହୋଇଛନ୍ତି  । ଦୁଇ ଅପରାଧୀ ସୋର ଅଞ୍ଚଳର ପ୍ରହ୍ଲାଦ ଦାସ , ଓ ନୀଳଗିରି ଅଂଚଳର ସୁଶାନ୍ତ ମଲ୍ଲିକ ବୋଲି ଜଣାପଡିଛି।  ଅପରାଧୀ ଭଦ୍ରକରେ ଏଟିଏମ ରୁ ୨୯ ଲକ୍ଷ ଟଙ୍କା ଲୁଟରେ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି । ଲୁଟରେ ସମ୍ପୃକ୍ତ ଥିବା ୬ ଅପରାଧୀଙ୍କ ମଧ୍ୟ ରୁ ଦୁଇ ଜଣଙ୍କୁ ଏନକାଉଣ୍ଟର କରାଯାଇଥିବା ବେଳେ ୪ ଜଣ ଅପରାଧୀଙ୍କୁ ପୁଲିସ ଅଟକ ରଖିଛି । ସେମାନଙ୍କ ନିକଟ ରୁ ୩ ବନ୍ଧୁକ , ଦୁଇ ଖଣ୍ଡା , ୪ ମ୍ୟାଗଜିନ ଜବତ ହୋଇଛି । ତେବେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୁଲିସ ଖବର ପାଇ ଯାଇଥିବା ବେଳେ ପୁଲିସକୁ ପ୍ରତି ଆକ୍ରମଣ ହୋଇଥିଲା।  ଏହି ଗ୍ୟାଙ୍ଗ ବହୁ ଲୁଟରେ ଜଡିତ ଥିବା  ଓ ଗ୍ୟାଙ୍ଗ ସହ ବିହାର ଲିଙ୍କର ସୂଚନା ମିଳିଛି । ଏନକାଉଣ୍ଟର ହୋଇଥିବା ଦୁଇ ଅପରାଧୀଙ୍କୁ ଅଧିକ ଚିକିତ୍ସା ପାଇଁ ଅନ୍ୟ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories