ଗୁଡଭେଲା: କେନ୍ଦ୍ର ସରକାରଙ୍କ ଜାଳେଣୀ ଗ୍ୟାସର ଅହେତୁକ ଦର ବୃଦ୍ଧିର ପ୍ରତିବାଦରେ ଗୁଡଭେଲା ବ୍ଳକ ଓ ତୁଷୁରା ବିଜ୍ଞାପିତ ପରିଷଦ ପକ୍ଷରୁ ଗଣଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୁଡଭେଲା ବ୍ଳକ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଲଲିତା ସାହୁଙ୍କ ଅଧ୍ୟକ୍ଷତାରେ ପ୍ରଦିବାଦ ସଭା ଅନୁଷ୍ଠିତ ହୋଇଥିଲା । କେନ୍ଦ୍ର ସରକାର ମହିଳାମାନଙ୍କ ପ୍ରତି ଯେଉଁ ଅତ୍ୟାଚାର କରିବା ସହ ରାଜ୍ୟ ପ୍ରତି ଯେଉଁ ବୈମାତୃକ ମନୋଭାବ ପ୍ରଦର୍ଶନ କରୁଛନ୍ତି ଏବଂ ଆଗାମୀ ସମୟରେ ଗ୍ୟାସ ଦର ଅହେତୁକ ବୃଦ୍ଧିରେ ଯଦି ସନ୍ତୁଳନ ନ ରଖନ୍ତି ତାହାହେଲେ ରାଜ୍ୟ ମହିଳାମାନେ ରାଜ ରାସ୍ତାକୁ ଉହ୍ଲାହିବା ସହ କେନ୍ଦ୍ର ସରକାରଙ୍କୁ ତୀବ୍ର ବିରୋଧ କରାଯିବା ପାଇଁ ଚେତାବନୀ ଦେଇଥିଲେ ।
ଗୁଡଭେଲା ବ୍ଲକରେ ବିଜେପିର ନେତା ଶାସନ ଗାଦିରେ ବସି ଅନେକ ଦୁର୍ନୀତିମୂଳକ କାର୍ଯ୍ୟ ଚାଲିଛି । ଆଗାମୀ ନିର୍ବାଚନରେ ଗୁଣ୍ଡାଗର୍ଦି, କୁସଂସ୍କାରୀ, ବ୍ୟଭିଚାରୀ ଲୋକଙ୍କୁ ବ୍ଲକରୁ ବିଦାକରି କିପରି ଗୁଡଭେଲା ବ୍ଳକ ବିଜେଡିର ଅକ୍ତିଆରକୁ ଆସିବ ତାହା ଉପରେ ବଲାଙ୍ଗୀର ଜିଲ୍ଲା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ରଞ୍ଜତ ପୃଷ୍ଟି ବ୍ଳକ ସମ୍ମୁଖରେ କର୍ମୀଙ୍କୁ ପରାମର୍ଶ ଦେବା ସହ ପରୋକ୍ଷ ଭାବରେ ବ୍ଳକ ଅଧ୍ୟକ୍ଷଙ୍କୁ ଟେର୍ଛି ଭାବରେ ଆହ୍ବାନ ଦେଇଥିଲେ । ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ଭୃଣ ଅବସ୍ଥାରୁ ମରିବା ପର୍ଯ୍ୟନ୍ତ ଲୋକ କଲ୍ୟାଣ ଉଦେଶ୍ୟରେ ଯୋଜନା କରିଛନ୍ତି । କଥା କମ୍ କାମରେ ବିଶ୍ୱାସ କରନ୍ତି । ହେଲେ କେନ୍ଦ୍ର ସରକାର ମେରି ମା ବେହେନା କହି ଭାଷଣରେ ରାଜ୍ୟର ମହିଳାଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି କହି ଜାମୁଟ ସରପଞ୍ଚ ତାରାବତୀ ହରପାଲ କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିଥିଲେ। ସେହିପରି କେନ୍ଦ୍ର ସରକାର ରାଜ୍ୟ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛନ୍ତି, ରନ୍ଧନ ଗ୍ୟାସ ସହ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧିକୁ ସନ୍ତୁଳନ ନ କଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ତୀବ୍ର ବିରୋଧ କରିବା ସହ ଆଗମୀ ପଞ୍ଚାୟତ ନିର୍ବାଚନରେ ଏହାର ଫଳ ନିଶ୍ଚିତ ଭୋଗିବ ବୋଲି ଗୁଡଭେଲା ବିଜୁ ଜନତା ଦଳର ବ୍ଳକ ସଭାପତି ଅରୁଣ ପ୍ରଧାନ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଥିଲେ। ସେହିପରି ନଗର ଯୁବ ସଭାପତି ଅଜୟ ଜେସ୍ବାଲ, ତୁଷୁରା ଏନଏସି ପୂର୍ବତନ କାଉନସିଲର ଲିପି ପଣ୍ଡା, ବିରାମୁଣ୍ଡା ବିଜୁ ଯୁବବାହିନୀର ସଭାପତି ଅନ୍ତର୍ଯ୍ୟାମୀ ରଣା ମଧ୍ୟରେ କେନ୍ଦ୍ର ସରକାରଙ୍କ ବିରୋଧରେ ମତବ୍ୟକ୍ତ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗୁଡଭେଲା ବ୍ଳକର ଯୁବ ସଭାପତି ଶତିଷ ଅଗ୍ରୱାଲ, ଛାତ୍ର ସଭାପତି ମନୋରଣାଙ୍କ ନେତୃତ୍ୱରେ ଗୁଡଭେଲା ଛକରୁ ଶୋଭାଯାତ୍ରାରେ ବାହାରି ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ବ୍ଳକସ୍ତରୀୟ ଗଣଧାରଣା ଦେବା ସହ କେନ୍ଦ୍ର ସରକାରଙ୍କ ପ୍ଲା କାର୍ଡ ଧରି କର୍ମୀମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ବିଭୋକ୍ଷ ପ୍ରଦର୍ଶନ କରିଥିଲେ। ଏଥିରେ ବିଜେଡି ଯୁବନେତା ସତ୍ୟ ପ୍ରିୟ କମ୍ପ, ନିଧି କୁମ୍ଭାର, ଭିମ ନାଗ, କୁଳମଣି ମାଝୀ, କବିଚନ୍ଦ୍ର ଭୋଇ, ବିଶ୍ବାନାଥ ଭୋଇଙ୍କ ସହ ଗୁଡଭେଲା, ତୁଷୁରା ଅଞ୍ଚଳର ବରିଷ୍ଠ ବିଜେଡି ନେତା ଓ ଶତାଧିକ ମହିଳା, ଯୁବ କର୍ମୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।



