www.samajalive.in
Monday, December 8, 2025
27.1 C
Bhubaneswar

ଶିଖ ସମୁଦାୟର ମାନସିକତାକୁ ଆଘାତ ପହଞ୍ଚାଇବା ଅଭିଯୋଗରେ କଙ୍ଗନାଙ୍କ ନାମରେ ଏତଲା ଦାଏର

ମୁମ୍ବଇ: ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟ ଦ୍ୱାରା ଶିଖ୍‍ ସମୁଦାୟଙ୍କ ଧର୍ମୀୟ ଭାବନା ପ୍ରତି ଆଘାତ ପହଞ୍ଚାଇବା ଅଭିଯୋଗରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ନାମରେ ଏତଲା ଦିଆଯାଇଛି । ଅମରଜିତ ସିଂହ ସାନ୍ଧୁ ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗକ୍ରମେ ମୁମ୍ବଇର ଖାର୍‍ ଥାନାରେ ଭାରତୀୟ ଦଣ୍ଡବିଧି ଆଡ଼ର ଧାରା ୨୯୫କ ଅନୁଯାୟୀ ଏହି ମାମଲା ଦାଏର ହୋଇଛି । ନଭେମ୍ବର ୨୦ ତାରିଖରେ ଏକ ଇନଷ୍ଟାଗ୍ରାମ ପୋଷ୍ଟରେ କଙ୍ଗନା ରାଣାୱତ ସମୁଦାୟ ଶିଖ୍‍ ସମୁଦାୟଙ୍କୁ ‘ଖଲିସ୍ତାନି ଆତଙ୍କବାଦୀ’ ବୋଲି ଅଭିହିତ କରିବା ସହିତ କହିଥିଲେ ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସେମାନଙ୍କୁ ମଶାଭଳି ତାଙ୍କ ଜୋତାରେ ଦଳି ଦେଇଥିଲେ । ଖଲିସ୍ତାନୀ ଆତଙ୍କିମାନେ ବର୍ତ୍ତମାନ ହୁଏତ ସରକାରଙ୍କ ସହିତ ସଶସ୍ତ୍ର ମୁକାବିଲା କରୁଛନ୍ତି । କିନ୍ତୁ ଜଣେ ମହିଳାଙ୍କୁ ଭୁଲିଯିବା ଉଚିତ ନୁହେଁ । ଏକମାତ୍ର ମହିଳା ପ୍ରଧାନମନ୍ତ୍ରୀ ସେମାନଙ୍କୁ ନିଜ ଜୋତା ତଳେ ଦଳିଦେଇଥିଲେ । ସେ ରାଷ୍ଟ୍ରପତି କେତେ ଦୁଃଖ ଦୁର୍ଦ୍ଦଶା ପହଞ୍ଚାଇଥିଲେ ତାହା ପଛକତା, କିନ୍ତୁ ସେ ନିଜ ଜୀବନ ବଦଳରେ ସେମାନଙ୍କୁ ମଶାଭଳି ଦଳି ଚକଟି ଦେଇଥିଲେ । କିନ୍ତୁ ଦେଶକୁ ବିଭାଜିତ ହେବାକୁ ଦେଇନଥିଲେ । ତାଙ୍କ ମୃତ୍ୟୁର କେତେ ଦଶନ୍ଧି ପରେ ଆଜି ମଧ୍ୟ ଏମାନେ ତାଙ୍କ ନାମ ଶୁଣିଲେ ଥରୁଛନ୍ତି । ସେମାନଙ୍କ ପାଇଁ ଏହିଭଳି ଜଣେ ଗୁରୁ ଆବଶ୍ୟକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦର ଆଗାମୀ ଅଧିବେଶନ କାଳରେ ତିନିଟି କୃଷି ଆଇନ ଉଚ୍ଛେଦ କରିବେ ବୋଲି ଘୋଷଣା କରିବା ପରେ କଙ୍ଗନା ଏହାକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ତେବେ ରବିବାର ଦିନ ଦିଲ୍ଲୀ ଶିଖ ଗୁରୁଦ୍ୱାରା ପରିଚାଳନା କମିଟିର ସଭାପତି ମନଜିନ୍ଦର ସିଂହ ସୀର୍ସାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ମହାରାଷ୍ଟ୍ରର ଗୃହମନ୍ତ୍ରୀର ଦିଲୀପ ୱାଲସେ ପାଟିଲଙ୍କୁ ସାକ୍ଷାତ କରି କଙ୍ଗନାଙ୍କର ଏଭଳି ମନ୍ତବ୍ୟ ପାଇଁ ତାଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରିବାକୁ ଦାବି କରିଥିଲେ । ସେମାନେ ମଧ୍ୟ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପତ୍ରଲେଖି କଙ୍ଗନାଙ୍କ ଠାରୁ ପଦ୍ମଶ୍ରୀ ଉପାଧି ପ୍ରତ୍ୟାହାର କରିନେବାକୁ ଦାବି ଜଣାଇଛନ୍ତି ।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories